କନକ ବ୍ୟୁରୋ : ମାର୍ଚ୍ଚ ୫ତାରିଖରୁ ବିଜେଡି-ବିଜେପି ମେଂଟକୁ ନେଇ, ଅନେକ ଚର୍ଚ୍ଚା ଓ ହଟଚମଟ ଦେଖିବା ପାଇଁ ମିଳିଲା । ଏପରିକି ଆସନ ଭାଗବଂଟା ନେଇ ଜାତୀୟ ଗଣମାଧ୍ୟମରେ ଅନେକ ରିପୋର୍ଟ ଆସିଲା । ଏଥିରେ କୁହାଗଲା, ଲୋକସଭାରେ ବିଜେପି ଅଧିକ ଆସନ ଓ ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢ଼ିବ । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ପରେ ପରେ ମେଂଟ ଚର୍ଚ୍ଚାର ଜବନିକା ପଡିଛି । ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାର ଅନ୍ତ ଘଟାଇଛି । କିନ୍ତୁ ଦୁଇ ଦଳର ନେତାଙ୍କ ଘନ ଘନ ବୈଠକ, ଶୀର୍ଷ ନେତାଙ୍କ ବୟାନ ପରେ କାହିଁକି ଅଧାରରେ ଅଟକିଗଲା ମେଂଟ? ଯାହାକୁ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ମେଂଟ ଅଟକିବା ପଛରେ ଏକାଧିକ କାରଣ ଅଛି ବୋଲି କହୁଛନ୍ତି । କୌଣସି ନେତା ମେଂଟ ହେବନି ବୋଲି କହି ନଥିଲେ, ବି ଅଲଗା ଅଲଗା ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ, ବିଜେପି ବିଜେଡି ପୂର୍ବଭଳି ଜବରଦସ୍ତ ଲଢ଼େଇ କରିବେ ନା ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ କରିବେ?
ମେଂଟ ଅଟିକିବା ପଛର କାରଣ?

Advertisment
  • ଆସନ ବୁଝାମଣାରେ ରାଜି ହେଲେନି ଦୁଇ ଦଳ
  • ବିଜେପି ବିଧାନସଭାରେ ଯେତିକି ଆସନ ମାଗୁଥିଲା, ସେତିକି ଆସନ ଦେବାକୁ ରାଜି ହେଲାନି ବିଜେଡି
  • ପୁରୀ, ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଆସନକୁ ଉଭୟ ଦଳ ନିଜ ପାଖରେ ରଖିବାକୁ ଚାହୁଁଥିଲେ
  • ଆସନ ବୁଝାମଣା ସହ କ୍ଷମତା ବୁଝାମଣା ମଧ୍ୟ ମେଂଟରେ ଏକ କଂଟା ଥିଲା
  • ରାଜ୍ୟ ବିଜେପି ନେତୃତ୍ୱ ମେଂଟ ପାଇଁ ରାଜି ହେଉନଥିଲେ, ଏକା ଲଢ଼ିବାକୁ ଦାବି ରଖିଥିଲେ
  • ମେଂଟକୁ ନେଇ ତୃଣମୂଳ ସ୍ତରର ନେତା ରାଜି ନଥିଲେ