ଫଳକ ରାଜନୀତି : ବିଜୁ ବାବୁଙ୍କ ଲୋଗୋ ରହିବ, ପ୍ରଧାନମନ୍ତ୍ରୀ ଲୋଗ କାହିଁକି ରହିବନି? ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିରୋଧୀ, ଉତ୍ତର ଦେଲେ ସରକାରୀ ଦଳର ମୁଖ୍ୟ ସଚେତକ ।

ଫଳକ ରାଜନୀତି : ବିଜୁ ବାବୁଙ୍କ ଲୋଗୋ ରହିବ, ପ୍ରଧାନମନ୍ତ୍ରୀ ଲୋଗ କାହିଁକି ରହିବନି? ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିରୋଧୀ, ଉତ୍ତର ଦେଲେ ସରକାରୀ ଦଳର ମୁଖ୍ୟ ସଚେତକ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ବାବୁଙ୍କ ଫଟୋ ଲାଗିବା ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ବିଭାଗୀୟ ମନ୍ତ୍ରୀ ଓ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ମନ୍ତ୍ରୀ ଉତର ରଖନ୍ତୁ ବୋଲି ବିରୋଧୀ ଦଳ ନେତାଙ୍କ ଦାବି ଉପରେ ଉତର ରଖିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯଦି ସରକାର ୪୦ ପ୍ରତିଶତ ଅର୍ଥ ଦେବେ, ତେବେ ବିଜୁ ବାବୁଙ୍କ ଫଟୋ କାହିଁକି ଲାଗିବନି ବୋଲି ପ୍ରଶ୍ନ କରିଛନ୍ତି । ଫଟୋ ଲଗାଇବାକୁ କଣ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଉଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ ।

ସେହିଭଳି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ବିଭିନ୍ନ ଆବାସ ଯୋଜନାରେ ୧୦୦ ପ୍ରତିଶତ କେନ୍ଦ୍ର ସରକାର ଦିଅନ୍ତି। କିଛି କେନ୍ଦ୍ର ଓ ରାଜ୍ୟ ମିଶିକି କରନ୍ତି। ଆଉ କିଛି ରାଜ୍ୟ ସରକାର ନିଜେ କରନ୍ତି। ଜବାହରଲାଲ ନେହେରୁଙ୍କ ସମୟରୁ ୧୦୦ ପ୍ରତିଶତ କେନ୍ଦ୍ର ଦେଉଥିଲା। ହେଲେ ମୋଦି ଆସିବା ପରେ ଏବେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡୁଛି। ଗତ ୩ ବର୍ଷରେ ଓଡ଼ିଶା ପାଇଁ ଯେଉଁ ୧୨ ହଜାର କୋଟି ଖର୍ଚ୍ଚ ହୋଇଛି, ସେଥିରୁ ରାଜ୍ୟ ନିଜେ ୬ ହଜାର କୋଟି ଖର୍ଚ୍ଚ କରିଛି। ଆର୍ଥିକ ବୋଝ ବଢିବାରୁ ବିଜୁ ପକା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଶ୍ରଣ କଲୁ। ବିଜୁ ବାବୁଙ୍କ ଯୋଜନା। ତାଙ୍କ ଲୋଗୋ କାହିଁକି ରହିବନି। ଏହା ବିରୋଧୀଙ୍କ ହିନ ମାନସିକତା। ପଶ୍ଚିମ ବଙ୍ଗ ପରି ପ୍ରଧାନମନ୍ତ୍ରୀ ସଡକ ଯୋଜନାକୁ ବଙ୍ଗଳା ସଡ଼କ ଯୋଜନା କରିନୁ। ଲୋକ ଯେମିତି ଠିକ ଭାବେ ଏହି ଯୋଜନାର ସୁବିଧା ପାଇବେ, ସେ ଦିଗରେ ସରକାର କାମ କରୁଛନ୍ତି ।

ତେବେ ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଯଦି ରାଜ୍ୟ ଓ କେନ୍ଦ୍ର ମିଶିକି ଅର୍ଥ ଦେଉଛନ୍ତି ତେବେ ତାହାର ପୂରା ତଥ୍ୟ ଫଳକରେ ଲେଖାଯାଉ । ଖାଲି ବିଜୁ ବାବୁଙ୍କ ଲୋଗୋ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋଗୋ କାହିଁକି ଲିଭା ଯାଉଛି? ସବୁ ଯୋଜନାରେ ବିଜୁ ବାବୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ବି ଦିଆଯାଉ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଅଧିକ ଅନୁଦାନ ଦେବ। କଂଗ୍ରେସ ଅମଳରେ ୫୦ ଲକ୍ଷରୁ ଅଧିକ ଘର ମିଳିନି। ୨୦୨୨ ସୁଦ୍ଧା କେମିତି ସମସ୍ତଙ୍କୁ ଘର ମିଳିବ, ସେ ଦିଗରେ ରାଜ୍ୟ ସରକାର ରାସ୍ତା କାଢ଼ନ୍ତୁ, ଅବରୋଧ ନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe