କନକ ବ୍ୟୁରୋ : ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି । ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଡିସ୍କୋ କିଙ୍ଗ ଭାବେ ପରିଚିତ ବାପି ଲାହିରି ଅନେକ ଲୋକପ୍ରିୟ ଭେଟି ଦେବା ସହ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

Advertisment

ତେବେ ଗୀତକୁ ନେଇ ବାପି ଯେତିକି ଜଣାଶୁଣା ନିଜର ବେଶଭୂଷା ପାଇଁ ତାହା ଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ । ସୁନା ଅଳଙ୍କାର ପିନ୍ଧିବାରେ ସୌକ ରଖୁଥିବା ବାପିଙ୍କୁ ଅନେକ ସମୟରେ ପୁଳା ପୁଳା ସୁନା ହାର ଓ ମୁଦି ପିନ୍ଧିଥିବାର ଦେଖିବାକୁ ମିଳେ । ବାପି ଏତେ ଅଧିକ ସୁନା ଗହଣା ପିନ୍ଧିଥାନ୍ତି ଯେ, କୌଣସି ବି ଲୋକଙ୍କର ଦୃଷ୍ଟି ତାଙ୍କ ଉପରେ ପଡିଥାଏ । ବିଭିନ୍ନ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଡିଜାଇନର ସୁନା ଗହଣା ପିନ୍ଧି ଆସିଥାନ୍ତି ବାପି । ୨୦୧୪ ନିର୍ବାଚନରେ ବାପି ଦା ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ତାଙ୍କ ପାଖରେ ୭୫୪ ଗ୍ରାମ ସୁନା ଓ ୪.୬୨ କିଲୋଗ୍ରାମ ରୂପା ଥିବା ଦର୍ଶାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ସୁନାର ପରିମାଣ ବଢି ଥାଇ ପାରେ । ତେବେ ବାପି ଦାଙ୍କ ଠାରୁ ତାଙ୍କ ପତ୍ନୀଙ୍କ ନିକଟରେ ଅଧିକ ସୁନା, ରୂପା ଓ ହୀରା ରହିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ବାପିଙ୍କ ପତ୍ନୀଙ୍କ ପାଖରେ୯୬୭ ଗ୍ରାମର ସୁନା, ୮.୯ କିଲୋର ରୂପା ଓ ୪ ଲକ୍ଷ ଟଙ୍କା ମୂଲ୍ୟର ହୀରା ଗହଣା ରହିଛି । ଆଉ ବାପିଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦ କୋଟି ରହିଥିବା କୁହାଯାଉଛି ।

publive-imageତେବେ ସୁନା ପ୍ରତି ଏତେ ଦୁର୍ବଳତା ଓ ସୁନା ପିନ୍ଧିବା ପଛର କାରଣ ଏକ ସାକ୍ଷାତକାରରେ କହିଥିଲେ ବାପି ଲାହିରି । ଆମେରିକାନ ପପ୍ ଷ୍ଟାର ଏଲଭିସ ପ୍ରେସଲିଙ୍କ ଠାରୁ ଅନୁପ୍ରାଣିତ ହୋଇଥିଲେ ବାପି । ତାଙ୍କ ଭଳି ଷ୍ଟାଇଲ ରଖିବାକୁ ଚାହୁଁଥିଲେ ବାପି । ଏପରିକି ଯେତେବେଳେ ଲୋକପ୍ରିୟ ହୋଇଯିବି ସେତେବେଳେ ଏଲଭିସଙ୍କ ଭଳି ବେଶଭୂଷା ରଖିବେ ବୋଲି ସ୍ଥିର କରିଥିଲେ । ଆଉ ଏହି ସ୍ୱପ୍ନ ତାଙ୍କର ପରବର୍ତ୍ତୀ ସମୟରେ ପୂରା ମଧ୍ୟ ହୋଇଥିଲା । ବାପି ଲାହିରିଙ୍କୁ ଯେଉଁଠିକୁ ବି ଯାଉଥିଲେ ତାଙ୍କ ସୁନା ଅଳଙ୍କାରକୁ ନେଇ ଚର୍ଚ୍ଚା ହେଉଥିଲା । ଏହାଛଡା ସୁନା ଅଳଙ୍କାର ପିନ୍ଧିବା ତାଙ୍କ ବେଶ ଲକି ବୋଲି ମଧ୍ୟ କହିଥିଲେ ବାପି ।