ଆସାମ ସରକାରଙ୍କ ଅଜବ ନିଷ୍ପତ୍ତି: ଜାଳିଲେ ଶହଶହ ଗଣ୍ଡା ଶିଙ୍ଗ, ଶିକାରୀଙ୍କୁ ଦେଲେ ବାର୍ତ୍ତା

Advertisment
ଆସାମ ସରକାରଙ୍କ ଅଜବ ନିଷ୍ପତ୍ତି: ଜାଳିଲେ ଶହଶହ ଗଣ୍ଡା ଶିଙ୍ଗ, ଶିକାରୀଙ୍କୁ ଦେଲେ ବାର୍ତ୍ତା

କନକ ବ୍ୟୁରୋ: ବିଶ୍ୱ ଗଣ୍ଡା ସୁରକ୍ଷା ଦିବସରେ ଆସାମ ସକରାର ନେଲେ ଭିନ୍ନ ଧରଣର ପଦକ୍ଷେପ । ଜାଳିଦେଲେ ୨୫୦୦ ଗଣ୍ଡାଙ୍କ ଶିଙ୍ଗ, ଶରୀରର ଅନ୍ୟାନ୍ୟ ଅଙ୍ଗ ଓ ହାତୀଦାନ୍ତ । ଗଣ୍ଡାର ଶିଙ୍ଗରେ କୌଣସି ଔଷଧୀୟ କାର୍ଯ୍ୟ ନାହିଁ ତେଣୁ ତାକୁ ଅଯଥା ଶିକାର ନକରିବାକୁ ଶିକାରୀଙ୍କୁ ବାର୍ତ୍ତା ଦେବାକୁ ଆସାମ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏଠାରେ ଉପସ୍ଥିତ ଥିଲେ ।"ବାରପେଟା, ମୋରିଗାନ, ବାରପେଟା, ମଙ୍ଗଲଡୋଇ, ତେଜପୁର ନାଗାଓଁ, ବିଟିଆର, ଗୋଲାଘାଟ ଏବଂ କୋହୋରାରୁ ରାଇନୋ ଶିଙ୍ଗ ସଂଗ୍ରହ କରାଯାଇ ଟ୍ରେଜେରୀରେ ଜମା କରାଯାଇଥିଲା ।

publive-imageଏହି ଆଶ୍ଚର୍ୟ୍ୟଜନକ ପଦକ୍ଷେପ ସହିତ ଆସାମ ସରକାର ବେଆଇନ ବନ୍ୟଜନ୍ତୁ ବାଣିଜ୍ୟର ବିଫଳତା ବିଷୟରେ ଶିକାରୀମାନଙ୍କୁ ଚେତାବନୀ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସରକାର ଏକ ବାର୍ତ୍ତା ମଧ୍ୟ ପଠାଇବାକୁ ଚାହୁଁଛନ୍ତି ଯେ ଗଣ୍ଡାର ଶରୀରର ଔଷଧୀୟ ଗୁଣ କେବଳ ଏକ ପୁରାଣ ବର୍ଣ୍ଣିତ ।ଏଥିପାଇଁ ବଣ୍ୟ ପଶୁଙ୍କୁ କ୍ଷତି ପହଞ୍ଚାଇବା ଅନୁଚିତ୍ ।ସେପ୍ଟେମ୍ବର ୧୬ ରେ ଏକ ବୈଠକରେ ରାଜ୍ୟ କ୍ୟାବିନେଟ ରାଜ୍ୟ ଟ୍ରେଜେରୀରୁ ଗଣ୍ଡା ଶିଙ୍ଗ ଜାଳିବାକୁ ନିଷ୍ପତ୍ତି ନେଇଥିଲେ।
ଆସାମରେ ମିଳୁଥିବା ଏକ ଶୃଙ୍ଗାର ଗଣ୍ଡା ହେଉଛି ଭାରତର ସବୁଠାରୁ ବଡ ସମ୍ପତ୍ତି ।୧୯୭୫ମସିହାରେ ଆସାମରେ ରାଇନୋ ଶିକାର ବୃଦ୍ଧି ପରେ ଗଣ୍ଡା ପ୍ରଜାତିକୁ ବିପଦମୁଖୀ ଘୋଷଣା କରାଯାଇଥିଲା । ଆସାମରେ ମାନସ , ଓରାଙ୍ଗ ଜାତୀୟ ଉଦ୍ୟାନ ଏବଂ କାଜିରଙ୍ଗା ଜାତୀୟ ଉଦ୍ୟାନରେ ମିଳୁଥିବା ଏକ ଶିଙ୍ଗ ଗଣ୍ଡାର ସର୍ବାଧିକ ଜନସଂଖ୍ୟା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe