ଚତୁର୍ଥ ଟେଷ୍ଟର ଚୂଡାନ୍ତ ଏକାଦଶରେ କାହିଁକି ସ୍ଥାନ ପାଇଲେନି ଅଶ୍ୱିନୀ? ପଢନ୍ତୁ, ଅଧିନାୟକ କୋହଲିଙ୍କ ଜବାବ…

348

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ । ଦୁଇଟି ଯାକ ଦଳ ଏହି ମ୍ୟାଚରେ ଦୁଇ ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିବାବେଳେ ଏହି ମ୍ୟାଚରେ ପୁଣିଥରେ ଭାରତୀୟ ଅଫସ୍ପିନର ଆର.ଅଶ୍ୱିନୀଙ୍କୁ ବେଞ୍ଚରେ ବସିବାକୁ ପଡିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

ଆଜି ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି ଅନଫିଟ୍ ହେବାରୁ ଦଳରେ ସ୍ଥାନ ପାଇପାରିନାହାଁନ୍ତି । ତେବେ ତାଙ୍କ ବଦଳରେ କୋହଲି ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବଙ୍କ ଦଳରେ ନେଇ ପଡିଆକୁ ଓହ୍ଲାଇଛନ୍ତି । ତେବେ ଏହି ମ୍ୟାଚରେ ଭାରତର ଷ୍ଟାର ସ୍ପିନର ଆର.ଅଶ୍ୱିନୀ ଖେଳିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା । ପୂର୍ବ ମ୍ୟାଚରେ ଲଜ୍ଜ୍ୟାକର ପରାଜୟ ପରେ ଅଶ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିବା ନେଇ କୁହାଯାଇଥିଲା । ହେଲେ ସେ ସବୁ ଚର୍ଚ୍ଚାରେ ଅନ୍ତଘଟାଇ କୋହଲି ଚତୁର୍ଥ ମ୍ୟାଚରେ ଅଶ୍ୱିନୀଙ୍କୁ ବେଞ୍ଚରେ ବସାଇ ପଡିଆକୁ ଓହ୍ଲାଇଛନ୍ତି ।

ତେବେ ଏହି ପ୍ରସଙ୍ଗରେ କୋହଲି କହିଛନ୍ତି , ଇଂଲଣ୍ଡ ଦଳରେ ୪ ଜଣ ବାମହାତୀ ବ୍ୟାଟ୍ସମ୍ୟାନ୍ ଥିବାରୁ ସେ ଅଶ୍ୱିନୀଙ୍କୁ ଚୂଡାନ୍ତ ଏକାଦଶରେ ନେଇନାହାଁନ୍ତି । ତାଙ୍କ ବଦଳରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପକ୍କା କରିଛନ୍ତି । ତେବେ ଗତ ମ୍ୟାଚର ପରାଜୟ ପରେ ଅଶ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ କୋହଲି କିନ୍ତୁ ତାଙ୍କୁ ଦଳରେ ସ୍ଥାନ ଦେଇନାହାଁନ୍ତି । ଭାରତ-ଇଂଲଣ୍ଡ ଭିତରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଆଜି ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି । ଏହି ସିରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚ୍ ଡ୍ର ରହିବା ପରେ ଦ୍ୱିତୀୟ ମ୍ୟାଚକୁ ଭାରତ ଚମତ୍କାର ଢଙ୍ଗରେ ଜିତିନେଇଥିଲା । ହେଲେ ତୃତୀୟ ମ୍ୟାଚରେ ପ୍ରତିଶୋଧ ନେବା ସହିତ ସିରିଜକୁ ୧-୧ ସ୍ଥିତିକୁ ଆଣିପାରିଛି ଇଂଲଣ୍ଡ ।