କାହିଁକି ହେଉଛି ବିଦ୍ୟୁତ ବିଭ୍ରାଟ୍? ଭିତ୍ତିଭୂମି ଅଭାବ ନା’ ପରିଚାଳନଗତ ତ୍ରୁଟି?

369

କନକ ବ୍ୟୁରୋ: ଫ୍ୟାନ୍ ଅଛି କିନ୍ତୁ ଚାଲୁନାହିଁ । ଡିଜି ବି ଅଛି କିନ୍ତୁ ଯୋଗାଇ ପାରୁନି ପାଓାର । ଗରମରୁ ତ୍ରାହି ପାଇବା ପାଇଁ ବିଂଚଣା ପାଲଟିଛି ଏକମାତ୍ର ସାହାରା । ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ସୋର ମେଡିକାଲର । ବାହାରେ ପ୍ରବଳ ଗରମ ଆଉ ବିଦ୍ୟୁତ୍ କାଟ୍ ହେବାରୁ ମେଡିକାଲ ଭିତରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ରୋଗୀ ।

କେବଳ ବାଲେଶ୍ୱର ନୁହେଁ ବିଦ୍ୟୁତ କାଟ୍ ପାଇଁ ରାଜଧାନୀବାସୀ ବି ଡହଳ ବିକଳ । ଦିନରେ ବାରମ୍ବାର ବିଦ୍ୟୁତ କାଟ୍ ହେବାରୁ ଘର ଭିତରେ ରହିବା ମୁସ୍କିଲ ହେଉଯାଉଛି । ସେଥିପାଇଁ ଘର ବାହାରେ ଥିବା ଗଛ ତଳେ ଅନେକଙ୍କ ସମୟ ବିତୁଛି । ସହରର ଭିଭିଆଇପି ଅଂଚଳ ହେଉ ଅବା ବସ୍ତି ସବୁଠି ସମାନ ଅବସ୍ଥା ।

ବିଦ୍ୟୁତ କାଟ୍ ନେଇ ଉପଭୋକ୍ତାମାନେ ଟାଟା ପାଓାରକୁ ଅଭିଯୋଗ କଲେ, ଉତରରେ ମିଳୁଛି ମରାମତି ଚାଲୁଛି । କିନ୍ତୁ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଟାଟା କେତେ ଖର୍ଚ୍ଚ କରୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

– ଟାଟା ପାଓାର ଦାୟିତ୍ୱ ନେବା ପୂର୍ବରୁ ଯେଉଁ କମ୍ପାନୀ ବିଦ୍ୟୁତ ବିତରଣ କରୁଥିଲେ, ସେମାନେ ମରାମତି ଓ ରକ୍ଷଣାବେକ୍ଷଣ ବାବାଦକୁ ବାର୍ଷିକ ହାରାହାରି ୬୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । କିନ୍ତୁ ଟାଟା ପାଓାର ଦାୟିତ୍ୱ ନେବା ପରେ ଏହି ଖର୍ଚ୍ଚ ୧୦୦୦ କୋଟିରେ ପହଂଚିଲାଣି । ମରାମତି ଓ ରକ୍ଷଣାବେକ୍ଷଣ ବାବଦକୁ ବର୍ଷକୁ ୧ ହଜାର କୋଟି ଖର୍ଚ୍ଚ ହେଉଛି ।

ସବୁ ଭିତରେ ପ୍ରଶ୍ନ ହେଉଛି- ବିଜୁଳି ବିଭ୍ରାଟ ପାଇଁ ଦାୟୀ କିଏ? ଟାଟା ପାୱାର ନା’ ଶକ୍ତି ବିଭାଗ? କାହିଁକି ହେଉଛି ବିଦ୍ୟୁତ ବିଭ୍ରାଟ୍? ଭିତ୍ତିଭୂମି ଅଭାବ ନା’ ପରିଚାଳନଗତ ତ୍ରୁଟି? ବିଲ୍ ଦେଉଛନ୍ତି ଉପଭୋକ୍ତା, କାହିଁକି ପଚାରିବେନି ପ୍ରଶ୍ନ?