କନକ ବ୍ୟୁରୋ : ବିଦ୍ୟୁତ୍ କାଟକୁ ନେଇ ସବୁଆଡି ଅସନ୍ତୋଷ ବଢିବାକୁ ଲାଗିଥିବା ବେଳେ ଟାଟା ପାୱାର ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ତଥା କଟକ ମେୟର ସୁବାଷ ସିଂ । ସେ କହିଛନ୍ତି, ଟାଟା ପାୱାର ଆହୁରି କ୍ରିୟାଶୀଳ ହେବା ଦରକାର । ଆମେ ବି ଟାଟାକୁ ଏଣିକି ବାଧ୍ୟ କରିବୁ ସେବା ଯୋଗାଇବାରେ ଆହୁରି କ୍ରିୟାଶୀଳ ସେ ହେଉ । ବିପର୍ଯ୍ୟୟ ବା ଘୁର୍ଣ୍ଣି ଝଡ଼ ପାଇଁ ସ୍ୱତନ୍ତ୍ର ଟିମ ରଖି ତାକୁ କ୍ଲିଅର କରିବା ସହ କାମକୁ ତ୍ୱରାନ୍ୱିତ କରୁ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ଯେମିତି ଟିକିଏ ବି ହେଳା ହେବା କଥା ନୁହେଁ ତା ଉପରେ ଗୁରୁତ୍ୱ ଦେଉ ଟାଟା ପାୱାର ।

Advertisment

କାହିଁକି ଘଣ୍ଟା ଘଣ୍ଟା ପାୱାର କଟ ହେବ । ଆମର ତ ପାୱାର ସରପ୍ଲସ୍ ରାଜ୍ୟ । ତାହେଲେ କାହିଁକି ପାୱାର କଟ ହେବ । ଏହି ଜାଗାରେ ଯାହା ଯାହା ତ୍ରୁଟି ହେଉଛି ତାକୁ ଦୂର କରିବା ନିହାତି ଦରକାର । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ରୋକ ଠୋକ ଟାଟା ପାଳନ କରୁ । ଲୋକଙ୍କୁ ସେବା ଯୋଗାଇ ଦେବାରେ କୌଣସି ତ୍ରୁଟି ରହିବ ଉଚିତ ନୁହେଁ ବୋଲି ଟାଟା ପାୱାରକୁ ଚେତାଇ ଦେଇଛନ୍ତି କଟକ ମେୟର ସୁବାଷ ସିଂ ।