ବଲିଉଡରେ ବଢିଚାଲିଛି ହୃତଘାତ ସମସ୍ୟା। କାହିଁକି ହେଉଛି ଏଭଳି ସମସ୍ୟା? ପଢନ୍ତୁ …

222

କନକ ବ୍ୟୁରୋ:  ୩୦ରୁ ୫୦ ବର୍ଷୀୟ ବଲିଉଡ ସେଲିବ୍ରିଟିଙ୍କ ସହିତ କଣ ଏମିତ ହେଉଛି ଯେ ତାଙ୍କୁ ହାର୍ଟଆଟାକ୍ ବା ହୃତଘାତ ହେଉଛି । ବଡ ବଡ ତାରକାଙ୍କ ପଛରେ ୧୦ରୁ ଅଧିକ ଲୋକଙ୍କର ଟିମ ରହିଥାଏ । ଏମାନେ ଷ୍ଟାରମାନଙ୍କର ପୂରା ଖିଆଲ ରଖିଥାନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହ ପୂରା ଦାୟିତ୍ୱ ନେଇଥାନ୍ତି । ତେବେ ବଲିଉଡ ସେଲିବ୍ରିଟିଙ୍କ ମୃତ୍ୟୁ ହୃଦଘାତରେ ହେବାରେ ଲାଗିଛି । ଯଦି ସେଲିବ୍ରିଟିଙ୍କ ପଛରେ ଏତେ ସଂଖ୍ୟାରେ ଲୋକ ଥାଇ ମଧ୍ୟ ସେମାନେ ଏହାର ସାମ୍ନା କରୁଛନ୍ତି ତେବେ ଆମେ ମଧ୍ୟ ଏହାର ଶିକାର ହୋଇପାରିବା ।

ଆସନ୍ତୁ ଜାଣିବା ସେଲିବ୍ରିଟିଙ୍କ ହୃତଘାତ ପଛର କାରଣ କଣ? 

କୋଭିଡ୍ ସଂକ୍ରମଣ ବ୍ୟାପିବା ପରଠାରୁ ବଲିଉଡ୍ ସେଲିବ୍ରିଟିଙ୍କ ମୃତ୍ୟୁର ଗୋଟିଏ ପରେ ଗୋଟିଏ ନାଁ ଆସିବାରେ ଲାଗିଛି । ପ୍ରତ୍ୟେକ ମାସ ପ୍ରତ୍ୟେକ ସପ୍ତାହରେ ଖବର ଆସୁଛି କୌଣସି ନା କୌଣସି ସେଲିବ୍ରିଟିଙ୍କ ହୃତଘାତରେ ମୃତ୍ୟୁ ହେଉଛି । ଏତେ ସୁସ୍ଥସବଳ ଦେଖାଯାଉଥିବା ସେଲିବ୍ରିଟି କେମିତି ହାର୍ଟଆଟାକର ଶିକାର ହେଉଛନ୍ତି ତାହା ସବୁଠାରୁ ବଡ ପ୍ରଶ୍ନ ।

ହୃତଘାତ ପଛରେ ଅନେକ କାରଣ ରହିଛି । ତେବେ ଯୁବବର୍ଗ ମଧ୍ୟରେ ହୃତଘାତର ପ୍ରମୁଖ କାରଣ ମଧ୍ୟରେ ରହିଛି ଆମମାନଙ୍କର ଜୀବନଶୈଳୀ,  କର୍ମକ୍ଷେତ୍ରରେ ଅଧିକ ଚିନ୍ତା, ତା ସହ ଧୁମ୍ରପାନ, ଅତ୍ୟଧିକ ବ୍ୟାୟାମ । ଆଜିଠାରୁ ୧୦ କିମ୍ବା ୨୦ ବର୍ଷ ପୂର୍ବକୁ ଯଦି ଆମେ ଦେଖିବା ତେବେ ଏଭଳି ଦେଖାଯାଉନଥିଲା । ସେତେବେଳେ ସମସ୍ତେ ଅଧିକ ସୁସ୍ଥସବଳ ରହୁଥିଲେ । ଆଜିକାଲିତ ୨୦ ବର୍ଷର ଯୁବକ ବି ହୃତଘାତର ସାମ୍ନାକରୁଛି । ବିଶେଷକରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହା ଅଧିକ ଦେଖିବାକୁ ମିଳୁଛି ।

ଆପଣ ଯଦି ମହିଳାଙ୍କୁ ଦେଖିବେ ସେମାନେ ବାହାରୁ ଅସୁସ୍ଥ ଥିବା ଜଣାପଡିବେ ନାହିଁ । ତେବେ ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପାନୀୟ ଲୋକଙ୍କ ଜୀବନଶୈଳୀ କମ କରିବା ପାଇଁ ଯେମିତି ଠିକା ନେଇଛି । ଆଉ କୋଭିଡ ପରେ ତ ଲୋକଙ୍କ ଜୀବନର ଅତ୍ୟଧିକ ଚିନ୍ତା ବଢିଯାଇଛି । ଆଉ ଏହି ସମସ୍ୟା ଉକ୍ରଟ ରୂପ ନେବାରେ ଲାଗିଛି । ଲୋକଙ୍କ ମଧ୍ୟରେ ଥିବା ରୋଗପ୍ରତିରୋଧକ ଶକ୍ତି ମଧ୍ୟ କରୋନା ସଂକ୍ରମଣ ପରେ କମିବାରେ ଲାଗିଛି ।

ତେବେ ହୃତଘାତର କିଛି ଲକ୍ଷଣ ମଧ୍ୟ ରହିଛି । ସେଗୁଡିକ ହେଲା ଛାତିରେ ଯନ୍ତ୍ରଣା, ଅଣନିଶ୍ୱାସୀ ଲାଗିବା, ଛାତିରେ ଜଳାପୋଡା ହେବା । ଯଦି କୌଣସିବି ବ୍ୟକ୍ତିଙ୍କ ଏଭଳି ଲକ୍ଷଣ ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି । କୌଣସି ବି ପ୍ରକାରର ହେୟଜ୍ଞାନର ଏଥିରେ ସ୍ଥାନ ନାହିଁ ।

ତେବେ ଆପଣମାନେ ଭାବୁଥିବେ ଅସୁବିଧା ଅଛି ଏହାର ସମାଧାନ କଣ?

ସମାଧାନ ୫ଟି କାମ କରିବାକୁ ପଡିବ । ଯଦି ଏହି ୫ଟି କାମ ଆପଣ କରିବେ ତେବେ ଆପଣ ହୃତଘାତ ସମସ୍ୟାରୁ ରକ୍ଷାପାଇପାରିବେ ।

ପ୍ରଥମ କାମଟି ହେଉଛି ଆମେ ସୁଷମ ଆହାର ଗ୍ରହଣ କରିବା । ସମୟରେ ଖାଦ୍ୟଗ୍ରହଣ ଦ୍ୱାରା ଆମେ ହୃତଘାତରୁ ରକ୍ଷା ପାଇପାରିବା । 

ଦ୍ୱିତୀୟଟି ଆବଶ୍ୟକତାଠାରୁ ଅଧିକ ବ୍ୟାୟାମ କରିବା ନାହିଁ । ବ୍ୟାୟାମ ଶରୀର ପାଇଁ ଉଚିତ । କିନ୍ତୁ ଅଧିକ ବ୍ୟାୟାମ ଦେହ ପାଇଁ ଠିକ୍ ନୁହେଁ । 

ତୃତୀୟଟି ଅଯଥା ଚିନ୍ତାରୁ ନିଜକୁ ଦୂରେଇ ରଖିବା । କାମକୁ ନେଇ ଅଯଥାରେ ବ୍ୟସ୍ତ ହେବା ନାହିଁ କିମ୍ବା ଚିନ୍ତା କରିବା ନାହିଁ । ଯଦି ଆମେ ଅଧିକ ଚିନ୍ତା ବା ଷ୍ଟ୍ରେସରୁ ଦୂରେଇ ରହିବା ତେବେ ହୃତଘାତରୁ ବର୍ତ୍ତିପାରିବା । 

ସେହିଭଳି ଆମେ ବିଭିନ୍ନ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରି ସ୍ୱାସ୍ଥ୍ୟର ପରୀକ୍ଷା କରାଇନେବା ଦରକାର । ଯାହା ଆମେ ନିୟମିତ ଜାରି ରଖିବା ଦରକାର ।

ପଞ୍ଚମତଃ ସମୟ ସମୟରେ ଆମେ ରକ୍ତ ପରୀକ୍ଷା କରାଇନେବା ଦରକାର । ୩୦ ବର୍ଷରେ ପହଞ୍ଚିବା ଆଗରୁ ଆମେ ପ୍ରତ୍ୟେକ ଥର ସମୟ ଦେଖି ରକ୍ତର ପରୀକ୍ଷା କରାଇ ନେବା ଦରକାର । ଏହା ହେବା ଦ୍ୱାରା ଆମେ ହୃତଘାତ ସମସ୍ୟାଠାରୁ ଦୂରରେ ରହିପାରିବା ।

ତେବେ ହୃତଘାତ କିଛି ଏହିଭଳି କ୍ଷେତ୍ରରେ ଦେଖାଯାଉଛି ଯେମିତି ଉଚ୍ଚ ରକ୍ତଚାପ, ଡାଇବେଟିସ୍, ଅଧିକ ଧୁମ୍ରପାନ, ପାରିବାରିକ ହୃତଘାତର ସମସ୍ୟା ଏବଂ ଅଧିକ  କୋଲେଷ୍ଟ୍ରୋଲ । ଏହି ସମସ୍ତ କାରଣ ପାଇଁ ଅଧିକ ହୃତଘାତର ସମସ୍ୟା ଆସିବାରେ ଲାଗିଛି । ଆଉ ବର୍ତ୍ତମାନ ସମୟରେ ଅତ୍ୟଧିକ ଷ୍ଟ୍ରେସ ବା ଚିନ୍ତା ହୃତଘାତର ସବୁଠାରୁ ବଡ କାରଣ । ଯଦି ଦରକାରଠାରୁ ଆପଣ ଅଧିକ ଚିନ୍ତା କରୁଛନ୍ତି ତେବେ ଆପଣ ଏହି ସମସ୍ୟା ଭୋଗିପାରନ୍ତି । ତେଣୁ ଅଧିକରୁ ଅଧିକ ଆପଣ ନିଜ ମୁଣ୍ଡକୁ ଶାନ୍ତ ରଖନ୍ତୁ ଖୁସି ରୁହନ୍ତୁ, ଏହା କରିବା ଦ୍ୱାରା ହିଁ ଆପଣ ହୃଦଘାତରୁ ରକ୍ଷା ପାଇପାରିବେ ।