କନକ ବ୍ୟୁରୋ : ଭାରତରେ ଦୈନିକ କୋଟି କୋଟି ଲୋକ ରେଳ ମାଧ୍ୟମରେ ଯାତାୟତ କରିଥାନ୍ତି । ଆପଣ ଯେତେବେଳେ ରେଳରେ ଯାତ୍ରା କରୁଛନ୍ତି ଆପଣ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ ରେଳ ଟ୍ରାକ ତଳେ ପଥର ବିଛାଯାଇଥାଏ । ଏହା କୁହାଯାଉଛି କି ଯେବେଠାରୁ ଟ୍ରେନ ଚଳା ଚଳ ଆରମ୍ଭ ହୋଇଛି ସେବେଠାରୁ ରେଳ ଟ୍ରାକ ତଳେ ପଛର ବିଛାଯାଉଛି । ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ।

Advertisment

ଟ୍ରେନ ଲାଇନ ଦେଖିବାକୁ ଯେତେ ସାଧାରଣ ଲାଗେ ତାହା ବାସ୍ତବରେ ସେତେ ସାଧାରଣ ନୁହେଁ । ଟ୍ରାକ୍ ତଳେ ପ୍ରଥମେ କଂକ୍ରିଟରେ ନିର୍ମିତ ହୋଇଥିବା ପ୍ଲେଟ ଦିଆଯାଇଥାଏ , ଯାହାକୁ ସ୍ଲିପର ବୋଲି କୁହାଯାଏ । ଏହି ପ୍ଲେଟ ତଳେ ପଥର ବା ଗୁଡି ଦିଆଯାଇଥାଏ ଓ ଏହାକୁ ବ୍ଲାଷ୍ଟ କୁହାଯାଏ । କେବଳ ସେତିକି ନୁହେଁ ଏହି ପଥର ତଳେ ୨ ଟି ଭିନ୍ନ ଭିନ୍ନ ଲେୟାରର ମାଟି ଦିଆଯାଇଥାଏ ।

ଲୁହାରେ ନିର୍ମିତ ଗୋଟିଏ ଟ୍ରେନର ହାରାହାରି ଓଜନ ୧୦ ଲକ୍ଷ କିଲୋଗ୍ରାମରୁ ଅଧିକ , ଫଳରେ ଏହା କେବଳ ଟ୍ରାକ ଉପରେ ଚାଲିବା ସମ୍ଭବ ନୁହେଁ । ଏତେ ଅଧିକ ଓଜନର ଟ୍ରେନକୁ ସମ୍ଭାଳିବା ପାଇଁ ଲୁହାରେ ନିର୍ମିତ ଟ୍ରାକ୍, କଂକ୍ରିଟରେ ନିର୍ମିତ ସ୍ଲିପର ଓ ପଥରର ଯୋଗଦାନ ରହିଛି । ଯଦି ନିରୀକ୍ଷଣ କରାଯାଏ ତେବେ ସବୁଠାରୁ ଅଧିକ ଓଜନ ପଥର ଉପରେ ରହିଥାଏ । ପଥର ରହିଥିବା କାରଣରୁ କଂକ୍ରିଟରେ ନିର୍ମିତ ସ୍ଲିପର ଗୋଟିଏ ସ୍ଥାନରେ ରହିପାରିଥାଏ ।

ଅନ୍ୟପଟେ ଟ୍ରାକରେ ଯଦି ପଥର ବିଛା ହୋଇନଥାନ୍ତା ତେବେ ଟ୍ରାକରେ ଘାଷ ଓ ବିଭିନ୍ନ ପ୍ରଜାତିର ଗଛ ଉଠିଯିବ । ଏଭଳି ହେଲେ ଟ୍ରାକରେ ରେଳ ଚାଲିବା ନେଇ ବିଭିନ୍ନ ସମସ୍ୟା ଦେଖାଦେବ । ଏହି କାରଣରୁ ଟ୍ରାକରେ ପଥର ବିଛା ଯାଇଥାଏ ।