କନକ ବ୍ୟୁରୋ : ଆପଣଙ୍କର ମନେ ଥିବ ୨୦୧୬ରେ ବିମୁଦ୍ରୀକରଣ ସମୟରେ ସରକାର ୨୦୦୦ ଟଙ୍କାର ନୋଟ୍ ବଜାରକୁ ଛାଡିଥିଲେ । କିନ୍ତୁ ଏବେ ଆଉ ଦୁଇହଜାର ଟଙ୍କାର ନୋଟ ମିଳୁନାହିଁ । ଆପଣ ଟିକିଏ ମନେପକାନ୍ତୁ ଦୁଇହଜାର ଟଙ୍କା ଆପଣ କେବେ ଦେଖିଥିଲେ । ବଜାରକୁ କେବେ ଏହି ଟଙ୍କା ଧରି ଯାଇଥିଲେ । ଏବେ ବଜାରରେ ଆଉ ଦୁଇହଜାର ଟଙ୍କା ଦେଖିବାକୁ ମିଳୁ ନାହିଁ ।

Advertisment

୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣ ଘୋଷଣା କରିଥିଲେ । ୫୦୦ ଟଙ୍କା ଓ ହଜାର ଟଙ୍କିଆକୁ ବନ୍ଦ କରାଯାଇ ନୂଆ ୫୦୦ ଟଙ୍କା ଓ ୨୦୦୦ ଟଙ୍କା ବଜାରକୁ ଆସିଥିଲା ।ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା, ନୂଆ ୨୦୦୦ ଟଙ୍କା ଅନେକ ସମସ୍ୟାର ସମାଧାନ କରିଦେବ । ଅନ୍ୟ ନୋଟର ଆବଶ୍ୟକ ପଡିବ ନାହିଁ ।

ତେବେ ୨ ହଜାର ଟଙ୍କିଆ ନୋଟକୁ ନେଇ କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି, ଗୋଟେ ୨ ହଜାର ଟଙ୍କିଆ ନୋଟ ଥିଲା । ଗତ ୬ ମାସ ହେବ କେହି ଏହାକୁ ଦେଖିଛନ୍ତି କି । କେହି ଦେଖିନାହାନ୍ତି, କାରଣ ସରକାର ଯାହାକୁ ଚାହୁଁଥିଲେ ଯେଉଁମାନେ ବ୍ଲାକ ମନି ରଖନ୍ତୁ ସେହି ଟଙ୍କା ତାଙ୍କ ପାଖରେ ପହଞ୍ଚି ସାରିଛି । ୨ ହଜାର ଟଙ୍କିଆ ନୋଟରେ ସରକାର ବ୍ଲାକମନିକୁ ପ୍ରୋତ୍ସାହିତ କରୁଛନ୍ତି ।

 ସେପଟେ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ବଜାରରେ ୨ ହଜାର ଟଙ୍କା ନମିଳିବା ନେଇ ନିଜ ବାର୍ଷିକ ରିପୋର୍ଟରେ ଖୁଲାସା କରିଛି । ରିପୋର୍ଟ ଅନୁସାରେ,

- ଆର୍ଥିକ ବର୍ଷ ୨୦୧୯-୨୦, ୨୦-୨୧ ଓ ୨୧-୨୨ରେ ଏହି ଟଙ୍କା ଆଦୌ ଛପାଯାଇନାହିଁ
- ଏହି କାରଣରୁ ବଜାରରେ ୨ ହଜାର ଟଙ୍କାର ସର୍କୁଲେନସ କମ ରହିଛି
- ବର୍ତ୍ତମାନ ୨ ହଜାର ଟଙ୍କାକୁ ବନ୍ଦ କରାଯାଇନାହିଁ
- କେବଳ ଟଙ୍କା ଛପାଯିବା କାମ ବନ୍ଦ ରହିଛି
-୨୦୧୭-୧୮ ମସିହାରେ ୨ ହଜାର ଟଙ୍କାର ଅଧିକ ସର୍କୁଲେସନ ହୋଇଥିଲା
-୨୦୧୭ରେ ସର୍କୁଲେସନ ହୋଇଥିବା ମୋଟ ଟଙ୍କାରୁ ୨୦୦୦ ଟଙ୍କାର ଅଂଶ ଥିଲା ୫୦ ପ୍ରତିଶତ
-୨୦୨୨ରେ ଏହା ମାତ୍ର ୧୩.୮ ପ୍ରତିଶତ ରହିଛି
- ୨୦୧୭-୧୮ରେ ବଜାରରେ ସବୁଠାରୁ ଅଧିକ ୩୩ ହଜାର ୬୩୦ ଲକ୍ଷ ନୋଟ୍ ଉପଲବ୍ଧ ଥିଲା
- ଏହାର ମୂଲ୍ୟ ହେଉଛି ୬ ଦଶମିକ ୭୨ ଲକ୍ଷ କୋଟି
- ନୂଆ ନୋଟ କେବେ ଛପାଯିବ ସେ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ