ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀ କାହିଁକି ପିନ୍ଧନ୍ତି କଳାଚଷମା ! ଜାଣନ୍ତୁ ଏହାର କାରଣ

42

Why are guards with the Prime Minister always wearing black sunglasses?ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ରାଜଧାନୀ ଏବେ ମୋଦିମୟ । ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଆପଣ ମଧ୍ୟ ନିଶ୍ଚିତ ଭାବରେ ବେଶ୍ ଉତ୍ସୁକ ଥିବେ ମୋଦିଙ୍କୁ ଦେଖା କରିବାକୁ । କିନ୍ତୁ ମୋଦିଙ୍କ ପର୍ଯ୍ୟନ୍ତ ପହଂଚିବା ଏତେ ସହଜ ନୁହେଁ । କାରଣ ପାଖେ ପାଖେ ତାଙ୍କର ଅଛନ୍ତି ଅଙ୍ଗରକ୍ଷୀ । ତେବେ କଣ ଆପଣ ଲକ୍ଷ କରିଛନ୍ତି ଏହି ଅଙ୍ଗରକ୍ଷୀଙ୍କ ସବୁବେଳେ ପିନ୍ଧିଥାନ୍ତି କଳା ଚଷମା । ଦିନ ହେଉ କି ରାତି । ଜାଣନ୍ତୁ ଏହା ପଛର କାରଣ ।

ଆକ୍ରମଣକାରୀ ଏମାନଙ୍କ ଆଖିକୁ ଦେଖି ପାରିବେ ନାହିଁ :
ପ୍ରଧାନମନ୍ତ୍ରୀଙ୍କ ପାଖେ ପାଖେ ଏହି ଅଙ୍ଗରକ୍ଷୀମାନେ ଥିବା ବେଳେ ଚାରିଆଡେ ତୀକ୍ଷ୍ଣ ନଜର ରଖିଥାନ୍ତି । ଯେମିତି କେହି ଜାଣି ନପାରନ୍ତି ଏମାନଙ୍କ ନଜର କାହା ଉପରେ ଅଛି ଏବଂ କାହାକୁ ଦେଖୁଛନ୍ତି ତେଣୁ କଳା ଚଷମା ପିନ୍ଧିଥାନ୍ତି । କାରଣ ଭିଡ ଭିତରେ ହିଁ ଥାଇ ପାରନ୍ତି ଆତତାୟୀ ।

ହଠାତ୍ ଆକ୍ରମଣ କିମ୍ବା ବ୍ଲାଷ୍ଟ୍ ସମୟରେ ଆଖିକୁ ରକ୍ଷା କରିବା :
ଆଖି ଏକ ହତିଆର ସହ ସମାନ । ତେଣୁ ବି ପରିସ୍ଥିତିରେ ଆଖିକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ । ଶତ୍ରୁପକ୍ଷ ଆକ୍ରମଣ କଲେ ଏବଂ ବିସ୍ପୋରଣ ସମୟରେ ଆଖିକୁ ସୁରକ୍ଷିତ ରଖିବା ଦ୍ୱାରା ପ୍ରତିଆକ୍ରମଣ କରିବା ସହଜ ହୋଇଥାଏ । ତେଣୁ ଅଙ୍ଗରକ୍ଷୀମାନେ କଳାଚଷମା ପିନ୍ଧିଥାନ୍ତି ।

ଖରା ,ବଡ ଲାଇଟ୍ କିମ୍ବା ବାହ୍ୟବସ୍ତୁ ଠାରୁ ଆଖିକୁ ରକ୍ଷା କରିବା :
କଳାଚଷମା ସୂର୍ଯ୍ୟଙ୍କଠାରୁ ସିଧାସଳଖ ପଡୁଥିବା କିରଣରୁ ରକ୍ଷା କରିଥାଏ । ଏହା ସହ କଳାଚଷମା ପିନ୍ଧିଲେ ଅଙ୍ଗରକ୍ଷୀମାନେ କମ୍ ଥର ଆଖି ପତା ପକାଇଥାନ୍ତି । ଯାହା ଫଳରେ ଅନ୍ୟମାନଙ୍କ ଗତିବିଧ ଉପରେ ଲକ୍ଷ ରଖିବା ସହଜ ହୋଇଥାଏ ।

ନିଜ ଭାବନା କାହାକୁ ନଜଣାଇବା :
ଅଙ୍ଗରକ୍ଷୀମାନେ ମଧ୍ୟ ମଣିଷ । ଅନ୍ୟମାନଙ୍କ ପରି ସେମାନଙ୍କ ମଧ୍ୟ ଭାବନା ଥାଏ । କିନ୍ତୁ ଏହି ଭାବନାକୁ କାହାକୁ ନଜଣାଇବା ପାଇଁ କଳା ଚଷମା ପିନ୍ଧିଥାନ୍ତି । ଅନ୍ୟ ଏକ କାରଣ ହେଉଛି ଯଦି ହଠାତ୍ କୌଣସି ବ୍ୟକ୍ତି ଆକ୍ରମଣ କରେ ତେବେ ଅଙ୍ଗରକ୍ଷୀମାନଙ୍କ ଆଖିରେ ସେହି ମୁହୂର୍ତ୍ତକ ଯେମିତି ପାଇଁ ଭୟ ଦେଖା ନଯାଏ ସେଥିପାଇଁ କଳାଚଷମା ବ୍ୟବହାର କରିଥାନ୍ତି ।

ଅନ୍ୟମାନଙ୍କ ଶାରିରୀକ ଭାଷା ବା ବଡି ଲାଙ୍ଗୁଏଜ୍ ପଢିବା :
ଅନ୍ୟମାନଙ୍କ ଗତିବିଧି ଉପରେ ଲକ୍ଷ ରଖିବା ପାଇଁ କଳାଚଷମା ପିନ୍ଧିଥାନ୍ତି ଅଙ୍ଗରକ୍ଷୀ । ସାମ୍ନାରେ ଥିବା ଲୋକମାନଙ୍କ ବଡି ଲାଙ୍ଗୁଏଜ୍ ଏବଂ ଗତିବିଧି ଦେଖି ବିପଦର ଆଭାସ ପାଇପାରନ୍ତି । ଏବଂ ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଥାନ୍ତି ।

ଏହା ସହ ଦେଖନ୍ତୁ ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀଙ୍କ ବ୍ରିଫକେସରେ କଣ ଥାଏ ?