ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ପରଦାର ହିଟ୍ ଯୋଡି: ଛାଡପତ୍ର ପିଟିସନରେ ବର୍ଷାଙ୍କ ବ୍ୟବହାରକୁ ନେଇ ଅନୁଭବଙ୍କ ସଂଗୀନ ଅଭିଯୋଗ; ବିବାହର ପ୍ରଥମ ଦିନରୁ ସଂପର୍କ ରଖିନଥିବା ଉଲ୍ଲେଖ

ସେପଟେ ଦିଲ୍ଲୀରେ କାହିଁକି ପିଟିସନ କଲେ ବୋଲି ପ୍ରଶ୍ନ ଉଠାଇଲେ ବର୍ଷାଙ୍କ ଓକିଲ

330

କନକ ବ୍ୟୁରୋ: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ଜୀବନରେ ଉଠିଥିବା ଝଡରେ ଆସିଛି ନୂଆ ମୋଡ । ଅନୁଭବ ଜଣେ ମଦ୍ୟପ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ବର୍ଷା ସଂଗୀନ ଅଭିଯୋଗ କରିଥିଲେ । ହେଲେ ପତ୍ନୀଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଅନୁଭବ, ଛାଡପତ୍ର ପାଇଁ କୋର୍ଟରେ ୪୭ ପୃଷ୍ଠାର ଏକ ପିଟିସନ କରିଛନ୍ତି । ଦିଲ୍ଳୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନ୍ର କପି କନକ ନ୍ୟୁଜ୍ର ହସ୍ତଗତ ହୋଇଛି ।

ବର୍ଷାଙ୍କ ଅଭିଯୋଗ

– ଅନୁଭବ ଜଣେ ମଦ୍ୟପ

ଅନୁଭବଙ୍କ ଅଭିଯୋଗ

– ସଂପର୍କ ରଖୁନଥିଲେ ବର୍ଷା

ବର୍ଷାଙ୍କ ଅଭିଯୋଗ

– ଖରାପ ଭାଷାରେ ଗାଳି କରୁଥିଲେ

ଅନୁଭବଙ୍କ ଅଭିଯୋଗ

– ପତ୍ନୀର ଦାୟିତ୍ୱ ତୁଲାଉ ନଥିଲେ

ବର୍ଷାଙ୍କ ଅଭିଯୋଗ

– ମାଡ ମାରନ୍ତି, ବାଡିରେ ପିଟନ୍ତି

ଅନୁଭବଙ୍କ ଅଭିଯୋଗ

– ଅଭିନେତ୍ରୀଙ୍କ ସହ ସଂପର୍କ ମିଛ

ବର୍ଷାଙ୍କ ଅଭିଯୋଗ

– ପୋକମାଛି ଭଳି ବ୍ୟବହାର କରନ୍ତି

ଅନୁଭବଙ୍କ ଅଭିଯୋଗ

– ପରିବାରକୁ ଖରାପ ବ୍ୟବହାର କରୁଥିଲେ

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବିଉଟି କ୍ୱିନ ବର୍ଷା ପ୍ରିୟଦର୍ଶିନୀ । ଏହି ଷ୍ଟାର ଦମ୍ପତିଙ୍କ ବୈବାହିକ ଜୀବନ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କାରଣ ଅନୁଭବଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ସଂଗୀନ ଅଭିଯୋଗ ସବୁ ଆଣିବା ପରେ ସାମ୍ନାକୁ ଆସିଛି ଦିଲ୍ଳୀର ପଟିଆଲା ହାଉସ୍ କୋର୍ଟରେ ଛାଡପତ୍ର ପାଇଁ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନ୍ । କନକ ନ୍ୟୁଜ୍ର ହସ୍ତଗତ ହୋଇଥିବା ୪୭ ପୃଷ୍ଠାର ଏହି ପିଟିସନ କପିରେ ବର୍ଷାଙ୍କ ବିରୋଧରେ କ’ଣ ସବୁ ଉଲେଖ ରହିଛି ତାର ମୁଖ୍ୟ ବିନ୍ଦୁ ଉପରେ ନଜର ପକାନ୍ତୁ ।

ପିଟିସନରେ ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଅଭିଯୋଗ

– ବିବାହର ପ୍ରଥମ ରାତିରେ ସଂପର୍କ ରଖିନଥିଲେ ବର୍ଷା

– ସଂପର୍କ ରଖିବାକୁ ୩ରୁ ୪ ମାସ ସମୟ ମାଗିଥିଲେ

– ଏହା ତାଙ୍କୁ ଅସୁଖୀ କରିଥିଲା ତଥାପି ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ

– ରାଜ୍ୟସଭାକୁ ନିର୍ବାଚିତ ହେବାପରେ ସଂପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ

– ପତ୍ନୀଙ୍କ ଏଭଳି ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ

– ବର୍ଷା ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି

– ୨୦୧୬ରେ ସହ-ଅଭିନେତ୍ରୀଙ୍କ ସହିତ ସଂପର୍କ ନେଇ ମିଛ ଅଭିଯୋଗ ଆଣିଥିଲେ

ଗୋଟିଏ ପଟେ ଦିଲ୍ଲୀ କୋର୍ଟରେ ଅନୁଭବଙ୍କ ଡିଭୋର୍ସ ପିଟିସନ୍ , ଅନ୍ୟପଟେ କଟକ ଏସଡିଜେଏମ୍ କୋର୍ଟରେ ବର୍ଷାଙ୍କ ଘରୋଇ ହିଂସା ନେଇ ପିଟିସନ୍ । ତାଙ୍କ ପିଟିସନରେ ବର୍ଷା ଅଭିଯୋଗ ଆଣିଛନ୍ତି ଯେ ଅନୁଭବ ଜଣେ ମଦ୍ୟପ । ଏପରିକି ମଦ ପିଇବା ପରେ ସେ ହିତାହୀତ ଜ୍ଞାନ ଭୁଲି ଯାଆନ୍ତି ଓ ସାଧାରଣ ଜୀବନ ଠାରୁ ଦୂରେଇ ଯାଆନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି । ଏହାର ବିରୋଧ କଲେ ତାଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ମାଡ ମାରିଥାନ୍ତି ଓ ବାଡିରେ ବି ପିଟିଥାନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପିଟିସନରେ ଦର୍ଶାଇଛନ୍ତି । ହେଲେ ଏବେ ଅନୁଭବଙ୍କ ପିଟିସନରେ ବର୍ଷାଙ୍କ ଚରିତ୍ରକୁ ଯେଭଳି ଚିତ୍ରଣ କରାଯାଇଛି ତାହା ମାମଲାକୁ ଆହୁରି ସଂଗୀନ କରିପକାଇଛି ।

ବୈବାହିକ ଜୀବନରେ ବିବାଦ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ଏକ ପ୍ରେସ ବିବୃତି ଜାରି କରିଛନ୍ତି ଅନୁଭବ । ସେ କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଜୀବନକୁ ପଦାରେ ନକାଇବା ପାଇଁ କିଛିମାସ ଧରି ନୀରବ ରହିଥିଲେ । ବର୍ଷାଙ୍କୁ ସେ ଗଭୀର ଭାବରେ ଭଲ ପାଇ ବିବାହ କରିଥିଲି । ହେଲେ ଦୀର୍ଘଦିନ ଧରି ବୈବାହିକ ଜୀବନ ଖରାପ ସମୟ ଦେଇ ଗତି କରୁଥିଲା । ଏହାକୁ ସୁଧାରିବା ପାଇଁ ସେ ଯଥେଷ୍ଟ ଉଦ୍ୟମ କରିଥିଲେ । କିନ୍ତୁ ତାହା ଫଳପ୍ରଦ ହୋଇନଥିଲା । ତେଣୁ ଛାଡପତ୍ର ପାଇଁ ଜୁଲାଇ ୨୦୨୦ରେ କୋର୍ଟରେ ଡିଭୋର୍ସ ପିଟିସନ ଦାଖଲ କରିଛନ୍ତି । ବିଚାର ବିଭାଗ ଏବଂ ଭଗବାନଙ୍କ ଉପରେ ତାଙ୍କର ସମ୍ପୁର୍ଣ୍ଣ ଅସ୍ଥା ରହିଥିବା ପ୍ରେସ ରିଲିଜରେ ଲେଖିଛନ୍ତି । ତାଙ୍କର ଓ ତାଙ୍କ ପରିବାରର ଏବଂ ବର୍ଷା ଓ ବର୍ଷାଙ୍କ ପରିବାରର ମର୍ଯ୍ୟାଦାକୁ ସମସ୍ତେ ସମ୍ମାନ ଦିଅନ୍ତୁ ବୋଲି ମଧ୍ୟ ସେ ଅନୁରୋଧ କରିଛନ୍ତି ।