କନକ ବ୍ୟୁରୋ : ୬ ମାସ ପୂର୍ବେ ନିଜ ପ୍ରେମିକ ପାଇଁ ଦେଶରୁ ଲୁଚି ପାକିସ୍ତାନ ପଳାଇଥିବା ଅଞ୍ଜୁ ଏବେ ଭାରତ ଫେରିଛନ୍ତି । ଫେସବୁକ ବନ୍ଧୁ ନସରୁଲ୍ଲାଙ୍କ ପ୍ରେମରେ ପଡି ଜୁଲାଇ ମାସରେ ପାକିସ୍ତାନକୁ ଲୁଚି ପଳାଇଥିଲେ ଅଞ୍ଜୁ । ଏପରିକି ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁରୁ ନାଁ ବଦଳାଇ ପାଲଟିଥିଲେ ଫତିମା । ହେଲେ ୬ ମାସ ସେଠାରେ ରହିବା ପରେ ଏବେ ସେ ଭାରତ ଫେରିଛନ୍ତି । ବୁଧବାର ୱାର୍ଘା ବର୍ଡର ଦେଇ ଭାରତରେ ପ୍ରବେଶ କରିବା ପରେ ଆଇବି ଓ ପୋଲିସ ତାଙ୍କୁ ପଚରାଉଚରା କରିଥିଲା । ତେବେ ଭାରତ ଆସିବା ପରେ ଏବେ ପୁଣି ଥରେ ଅଞ୍ଜୁଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସବୁଠୁ ବଡ ପ୍ରଶ୍ନ ଏବେ ଅଞ୍ଜୁ କାହିଁକ ହଠାତ୍ ପାକିସ୍ତାନରୁ ଭାରତ ଆସିଲେ? ଭାରତ ଆସିବା ଫଛରେ କଣ ରହିଛି ପ୍ରକୃତ ଉଦ୍ଦେଶ୍ୟ ।ଭାରତକୁ ଆସିବା ପରେ ସେ ଏବେ ରହିବେ କେଉଁଠି? ବାପା ଘରେ, ନା ସ୍ୱାମୀଙ୍କ ପାଖରେ? ଏପରିକି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । କାରଣ ପୂର୍ବରୁ ଉଭୟ ବାପା ଓ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିସାରିଛନ୍ତି । ଝିଅ ପ୍ରେମ ପାଇଁ ପାକିସ୍ତାନକୁ ଲୁଚି ପଳାଇବା ଓ ସେଠାରେ ଧର୍ମ ପରିବର୍ତନ କରି ନସରୁଲ୍ଲାଙ୍କ ବାହା ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅଞ୍ଜୁଙ୍କ ପରିବାର । ତେବେ ଏ ଘଟଣା ପରେ ଝିଅ ତାଙ୍କ ପାଇଁ ମରିଯାଇଛି ବୋଲି ଅଞ୍ଜୁଙ୍କ ବାପା ଗୟାପ୍ରସାଦ କହିଥିଲେ । ସେପଟେ ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦ ମଧ୍ୟ ସବୁ ସର୍ମ୍ପକ କାଟି ସାରିଥିବା କହିଛନ୍ତି । ଏପରି ସ୍ଥିତିରେ ଏବେ ଭାରତ ଫେରି ଆସିଛନ୍ତି ଅଞ୍ଜୁ । ପ୍ରେମ ପାଇଁ ପାକିସ୍ତାନକୁ ଲୁଚି ପଳାଇବା ପରେ ଲାଇମଲାଇଟ୍ରେ ଥିବା ଅଞ୍ଜୁ ହଠାତ୍ ଭାରତର ଆସିବା ଫଛରେ କଣ ରହିଛି କାରଣ । ସବୁଦିନ ପାଇଁ ସ୍ୱାମୀ ଅରବିନ୍ଦଙ୍କୁ ଛାଡପତ୍ର ଦେଇ ସର୍ମ୍ପକ ତୁଟାଇବେ, ନା ଛୁଆଙ୍କୁ ନେଇ ପାକିସ୍ତାନ ଫେରିଯିବେ କଣ କହିବେ, ତାହା ଦେଖିବା ବାକି ରହିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us