କନକ ବ୍ୟୁରୋ: ୨୦୧୯ ଅଗଷ୍ଟ ୮ ତାରିଖ ଦେଖିଥିଲା ନୂଆ ଭାରତର ଆଉ ଏକ ଅଧ୍ୟାୟ । ସମ୍ବିଧାନର ଧାରା-୩୭୦ ଓ ତା’ ସହ ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ଯୋଡ଼ାଯାଇଥିବା ଧାରା-୩୫(ଏ)କୁ ହଟାଇ ଦେଇଥିଲେ ରାଷ୍ଟ୍ରପତି । ସମ୍ବିଧାନରେ ଧାରା-୩୭୦କୁ ଯୋଡ଼ିବାକୁ ୧୯୪୯ ମସିହାରେ ତକ୍ରକାଳୀନ ଆଇନମନ୍ତ୍ରୀ ତଥା ସମ୍ବିଧାନ ସଭା ଅଧ୍ୟକ୍ଷ ଡକ୍ଟର ଭୀମରାଓ ଆମ୍ବେଦକର ବିରୋଧ କରିଥିଲେ । ଏହା ଦେଶଦ୍ରୋହ ସହ ସମାନ ହେବ ବୋଲି ସେ କହିଥିଲେ । ତେଣୁ ଅନ୍ୟତମ ମନ୍ତ୍ରୀ ଗୋପାଳ ସ୍ୱାମୀ ଆୟାଙ୍ଗାରଙ୍କୁ ଏହି ବିବାଦୀୟ ଧାରା-୩୭୦କୁ ଯୋଡ଼ିବା ଦାୟିତ୍ୱ ଦେଇଥିଲେ ନେହେରୁ ।

Advertisment

ଧାରା-୩୭୦ ଓ ୩୫-ଏ କ’ଣ?
କାହିଁକି ଏହା ଏତେ ବିବାଦୀୟ ହୋଇ ରହି ଆସିଥିଲା ।

୧୯୪୭ରେ ଅକ୍ଟୋବର ୨୬ରେ ମହାରାଜା ହରି ସିଂହଙ୍କ ସହ ମିଶ୍ରଣ ଚୁକ୍ତି ପରେ ଭାରତ ସହ ଯୋଡ଼ିହେଲା ଜାମ୍ମୁ ଓ କାଶ୍ମୀର । ତେବେ ୧୯୪୯ ମସିହାରେ ସମ୍ବିଧାନରେ ଯୋଡ଼ା ହେଲା ଧାରା – ୩୭୦ । ଏହି ଧାରା ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଲା । ନଜର ପକାଇବା କ’ଣ ରହିଥିଲା ସମ୍ବିଧାନର ଧାରା-୩୭୦ ରେ ।
- ଏହି ଧାରା ଅନୁଯାୟୀ ଭାରତର ସବୁ ଆଇନ ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେବନାହିଁ
- କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ଯୋଗାଯୋଗ କ୍ଷେତ୍ରରେ ଆଇନ ପ୍ରଣୟନ କରିପାରିବ ଭାରତ
- ଅନ୍ୟ କ୍ଷେତ୍ରରେ କିଛି ଆଇନ ଲାଗୁ କରିବାକୁ ହେଲେ ଜାମ୍ମୁ ଓ କାଶ୍ମୀର ବିଧାନସଭାର ଅନୁମତି ନେବାକୁ ହେବ
- ଜାମ୍ମୁ ଓ କାଶ୍ମୀରର ବାସିନ୍ଦା ସ୍ୱତନ୍ତ୍ର ଅଧିକାର ପାଇବେ
- ଜାମ୍ମୁ ଓ କାଶ୍ମୀରର ସମ୍ପତ୍ତି ଓ ଜମିକୁ ଅନ୍ୟ ରାଜ୍ୟର ଲୋକେ କିଣି ପାରିବେ ନାହିଁ, ହେଲେ ଜାମ୍ମୁ ଓ କାଶ୍ମୀରବାସୀ ଅନ୍ୟ ରାଜ୍ୟରେ ଜମି ଓ ସମ୍ପତ୍ତି କିଣିପାରିବେ
- ଆର୍ôଥକ ବିପତ୍ତି ବେଳେ ଜାମ୍ମୁ ଓ କାଶ୍ମୀରରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ ନାହିଁ
- କେବଳ ବାହ୍ୟ ଆକ୍ରମଣ କିମ୍ବା ଯୁଦ୍ଧ ସମୟରେ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ
- ତେବେ ଧାରା-୩୭୦ ଏକ ଅସ୍ଥାୟୀ ଅଧିକାର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଥିଲା

ଏବେ ନଜର ପକାଇବା ଧାରା-୩୫(ଏ) ଉପରେ
- ୧୯୫୪ ମସିହାରେ ପ୍ରଧାନମନ୍ତ୍ରୀ ଶେଖ ଅବଦୁଲ୍ଲା ନେହେରଙ୍କୁ ମନାଇ ଧାରା-୩୫(ଏ)କୁ ୩୭୦ ଧାରାରେ ଭର୍ତି କରିଥିଲେ
- ରାଷ୍ଟ୍ରପତିଙ୍କ ଏକ ନିର୍ଦ୍ଦେଶ ବଳରେ ଧାରା-୩୫(ଏ)କୁୁ ଭର୍ତି କରାଯାଇଥିଲା
- ଏହି ଅଧିକାର ବଳରେ ବାହାର ରାଜ୍ୟର ଲୋକେ ଜାମ୍ମୁ ଓ କାଶ୍ମୀରର ଜମି ବା ଭୂ-ସମ୍ପତ୍ତି କିଣିପାରିବେ ନାହିଁ
- ଜାମ୍ମୁ ଓ କାଶ୍କୀରର ଯେଉଁ ମହିଳା ଅନ୍ୟ ରାଜ୍ୟରେ ବିବାହ କରିବେ, ସେମାନଙ୍କୁ ଆଉ ସେଠାକାର ସମ୍ପତ୍ତି ଅଧିକାର ମିଳିବ ନାହିଁ । ଏମିତିକି ସେମାନଙ୍କ ପିଲାଙ୍କୁ ମଧ୍ୟ ସମ୍ପତ୍ତି ଅଧିକାର ମିଳିବ ନାହିଁ ବୋଲି ସ୍ୱାଧିନତା ବର୍ଷ ହିଁ ନିଷ୍ପତି ହୋଇଥିଲା ।