କନକ ବ୍ୟୁରୋ : ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର । ଆଉ ରାଜଭବନରୁ ବାହାରିବା ପରେ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । କ୍ୟାପଟେନ କହିଛନ୍ତି, ଗତ କିଛି ମାସ ମଧ୍ୟରେ ୩ ଥର କଂଗ୍ରେସର ବିଧାୟକ ଦଳ ବୈଠକ ବସିଲାଣି । ଯାହା ମୋତେ ବେଶ ଅପମାନିତ କରିଛି । ଏପରିକି ଦଳର ଶୀର୍ଷ ନେତୃତ୍ୱଙ୍କ ଭରସା ଉପରେ ନଥିଲା ଭଳି ଲାଗୁଥିଲା । ତେଣୁ ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଫୋନ କରି ଇସ୍ତଫା ଦେବା କଥା କହିଥିଲି ।
ଏହଛଡା କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି, ଏବେ ଯାହା ଉପରେ ଭରସା ଅଛି ଦଳ ତାକୁ ମୁଖ୍ୟମନ୍ତ୍ରୀ କରୁ । ଏଥିରେ ମୋର କୌଣସି ଆପତ୍ତି ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ମଧ୍ୟ ମୁଁ କଂଗ୍ରେସ ଦଳରେ ରହିଛି । ତେବେ ଆଗାମୀ ଭବିଷ୍ୟତକୁ ନେଇ ବିକଳ୍ପ ରହିଛି । ମୋ ସମର୍ଥକ ଓ ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଅମରିନ୍ଦର । ଠିକ୍ ସମୟ ଆସିଲେ ନିଷ୍ପତ୍ତି ନେବି । ସାଢେ ୯ ବର୍ଷ ମୁଖ୍ୟମନ୍ତ୍ରୀ ରହିଛି ।
Follow Us