କନକ ବ୍ୟୁରୋ: ଦଣ୍ଡଯାତ୍ରାରେ ଏବେ ଉଠୁଛି ପଡୁଛି ଗଞ୍ଜାମ ଜିଲ୍ଲା । ମା କାଳୀଙ୍କ ଚାଲିଛି ଉପସାନା । କୁହାଯାଏ, ମନସ୍କାମନା ପୂରଣ କରିବା ପାଇଁ ଭକ୍ତମାନେ ମା କାଳୀଙ୍କ ଉପାସନା କରିଛନ୍ତି । ନିଷ୍ଠା ଓ ଭକ୍ତିର ସହ ମାଆଙ୍କ ଶରଣରେ ରହିଥାନ୍ତି । ଦଣ୍ଡଯାତ୍ରାରେ ଗଞ୍ଜାମ ଜିଲ୍ଲାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମାନସିକଧାରୀ କହିଛନ୍ତି ମନର କଥା । ବେଙ୍ଗାଲୁରୁରେ ରହୁଥିବା ଜଣେ ପ୍ରବାସୀ ଓଡିଆ ଆସିଛନ୍ତି ଦଣ୍ଡ ଯାତ୍ରାରେ ସାମିଲ ହେବାପାଇଁ । ସେ କହିଛନ୍ତି ତାଙ୍କ ମନର ଅନୁଭୂତି । ଏହାଛଡା ଆଉ ଅନ୍ୟ ଜଣେ ବ୍ୟକ୍ତି ବି ମାଆଙ୍କୁ ସ୍ମରଣ କରିବା ପରେ କଣ ପାଇଛନ୍ତି ତାହା ବି କହିଛନ୍ତି ।

Advertisment

ଦଣ୍ଡଯାତ୍ରାବେଳେ ଦଣ୍ଡୁଆଙ୍କୁ ଅତି ନିଷ୍ଠାର ସହ ରହିବାକୁ ପଡିଥାଏ । ଦିନରେ ଡହ ଡହ ଖରାରେ ଧୂଳିଦଣ୍ଡ ମାଆଙ୍କ ମହିମାନଙ୍କୁ ହିଁ ବର୍ଣ୍ଣନା କରିଥାଏ । ପ୍ରତ୍ୟେକ ଦିନର ଦଣ୍ଡ ଯାତ୍ରା ବିଣାକାରଙ୍କ ବନ୍ଦାଣରୁ ଆରମ୍ଭ ହୁଏ ଓ ପରଭା ନୃତ୍ୟ ପରେ ଶେଷ ହୋଇଥାଏ । ଏଥିପାଇଁ ପୁରା ଗାଁ ଭକ୍ତ ହୋଇଥାଏ ଏ । ଦଣ୍ଡଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିିଛି । ବିଷୁବ ସଂକ୍ରାନ୍ତିରେ ଏହା ଉଦଯାପିତ ହେବ । ପୁଣି ମାଆ ଆସିବେ ଆରବରଷକୁ ।