ସେନାରେ କାହିଁକି ମଦ ଉପରେ ନାହିଁ କଟକଣା ! ଜାଣନ୍ତୁ ଏହା ପଛର କିଛି କାରଣ

60

ମଦକୁ ନେଇ ସମସ୍ତେ ଏକମତରେ କୁହନ୍ତି ମଦ ଶରୀର ପ୍ରତି ହାନିକାରକ । ଅଧିକ ମଦ ପିଇବା କାରଣରୁ ଲିଭର ଖରାପ ହୋଇପାରେ । ତେବେ ଏହାକୁ ଆଖି ଆଗରେ ରଖି ଗୁଜୁରାଟ , ବିହାର ଭଳି ରାଜ୍ୟ ମାନଙ୍କରେ ମଦକୁ ବ୍ୟାନ କରିଦିଆଯାଇଛି । କିନ୍ତୁ କେବେ ଆପଣ ଭାବିଛନ୍ତି ସେନାରେ ଯବାନ ମାନଙ୍କୁ ମଦ କାହିଁକି ଦିଆଯାଏ ? ତାହା ପୁଣି କମ ଦାମରେ । ଯଦି ମଦ ଶରୀର ପ୍ରତି ହାନିକାରକ ତେବେ ସେ ଦୃଷ୍ଟିରୁ ଯବାନ ମାନଙ୍କୁ ମଦ ଦେବା ଅନୁଚିତ । ସେନାର ଯବାନ ମାନଙ୍କୁ କଠୋରରୁ କଠୋର ଅଞ୍ଚଳରେ ରହି ଦେଶକୁ ସୁରକ୍ଷା ପ୍ରଦାନ କରିବାର ଟ୍ରେନିଂ ଦିଆଯାଇଥାଏ । ସେମାନଙ୍କୁ ତ ଅଧିକ ସତର୍କ ରହିବା ଆବଶ୍ୟକ । ତେବେ ସେମାନଙ୍କୁ ମଦ ପିଇବା ପାଇଁ ଅନୁମତି କାହିଁକି ଦିଆଯାଏ ?

ସର୍ବ ପ୍ରଥମ କଥା ହେଉଛି ସେନାର ଯବାନ ମାନଙ୍କ କାମ ଅତ୍ୟନ୍ତ କଠିନ ହୋଇଥାଏ । ସେନାର ଯବାନ ମାନଙ୍କୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରତିଦିନ ରାତି ରାତି ଧରି ଥଣ୍ଡା ଅଞ୍ଚଳରେ ଦେଶର ସୁରକ୍ଷା ପାଇଁ ଜଗି ରହିଥାନ୍ତି । କେବଳ ସେତିକି ନୁହେଁ ଯବାନ ମାନେ ଏପରି ଅଞ୍ଚଳକୁ ଯାଇଥାନ୍ତି ଯାହା ଗୋଟେ ସାଧାରଣ ମଣିଷ ପକ୍ଷେ ସମ୍ଭବପର ନୁହେଁ । କହିବାକୁ ଗଲେ ଅତି ଦୁର୍ଗମ ଅଞ୍ଚଳକୁ ଯାଇଥାନ୍ତି ଯବାନ । ଏହି ସମସ୍ତ କାରଣରୁ ମଦ ଯବାନ ମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । ଅତ୍ୟଧିକ ଥଣ୍ଡା ଅଞ୍ଚଳରେ ରହୁଥିବା କାରଣରୁ ଶରୀରକୁ ଗରମ ରଖିବା ପାଇଁ ଯବାନ ମାନଙ୍କୁ ମଦର ଆବଶ୍ୟକତା ପଡିଥାଏ ।

ଯବାନ ମାନେ ନିଜ ପରିବାର ମାନଙ୍କ ଠାରୁ ଦୁରରେ ରହିଥାନ୍ତି । ବେଳେ ବେଳେ କୌଣସି କାର୍ଯ୍ୟ ନଥିବାରୁ ଯବାନ ମାନେ ନିଜକୁ ଏକୁଟିଆ ମନେ କରିଥାନ୍ତି । ତେଣୁ ଏକୁଟିଆ ଥିବା ବେଳେ ଯବାନ ମାନେ ମଦ ପିଇ ସାଙ୍ଗ ମାନଙ୍କ ସହ ମନୋରଞ୍ଜନ କରିବା ପାଇଁ ସେନାରେ ଏପରି ବ୍ୟବସ୍ଥାକୁ ବ୍ୟାନ କରାଯାଇ ନାହିଁ । ଏହାକୁ ଛାଡି ଅନ୍ୟ ଏକ କାରଣ ହେଉଛି , ବ୍ରିଟିସ ସେନାରେ ମଦ ପିଇବାର ସଂସ୍କୃତି ରହିଥିଲା । ପ୍ରତି ଅଧିକାରୀ କେତେ ମାତ୍ରାରେ ମଦ ପିଇବେ ତାହା ମଧ୍ୟ ସ୍ଥିର ହୋଇଥିଲା । ତେବେ ସ୍ୱାଧିନତା ମିଳିବା ପର ଠାରୁ ଏହି ପରମ୍ପରା ଭାରତୀୟ ସେନାରେ ଚାଲିଆସୁଛି ।

କିନ୍ତୁ ଏହା ଅର୍ଥ ଏହା ନୁହେଁ କି କୌଣସି ଯବାନ ଡ୍ୟୁଟିରେ ଥିବା ଅବସ୍ଥାରେ ମଦ ନିଶାରେ ରହିବେ । ଏନେଇ ସେନାରେ ସେନାରେ କିଛି ନିୟମ ମଧ୍ୟ ରହିଛି । ସେନାରେ ଥିବା ଅଧିକାରୀ ମାନେ ସିମିତ ମାତ୍ରାରେ ମଦ ପିଇବାର ଅନୁମତି ରହିଛି । ଯଦି କୌଣସି ଅଧିକାରୀ ନିଶାରେ ଥିବା ଜଣା ପଡେ ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ।