ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏ.ଆର୍.ରେହମାନ ବଡ଼ ହୋଇ ଇଞ୍ଜିନିୟର ହେବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଜଣେ କଣ୍ଠଶିଳ୍ପୀ ହେବାର ଲେଖା ଥିଲା । ଛୋଟବେଳୁ ହିଁ ସେ ସଙ୍ଗୀତ ପ୍ରତି ନିଜର ରୁଚି ଦେଖାଇବା ସହ ନିଜ ନାଁ କରିବା ଆରମ୍ଭ କରିଥିଲେ ।
ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଇସ୍ଲାମ ଧର୍ମ ଗ୍ରହଣ କରିବା ପୂର୍ବରୁ ତାଙ୍କ ନାମ ଦିଲୀପ୍ କୁମାର ଥିଲା । କିନ୍ତୁ ୨୩ବର୍ଷ ବୟସରେ ତାଙ୍କ ଭଉଣୀଙ୍କ ଦେହ ଖରାପ ହେବା ପରେ ପୂରା ପରିବାର ସହ ରେହମାନ୍ ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ଯାହା ପରେ ତାଙ୍କ ନାମ ଦିଲୀପ୍ କୁମାରରୁ ଏ.ଆର୍,ରେହମାନ ହୋଇ ଯାଇଥିଲା । ସବୁଠାରୁ ଆଶ୍ଚର୍ୟ୍ୟ କଲା ଭଳି କଥା ହେଲା ବଲିଉଡ୍ର ଦିଗ୍ଗଜ ଅଭିନେତା ଦିଲୀପ୍ କୁମାରଙ୍କ ପତ୍ନୀଙ୍କ ନାମ ସାୟରା ବାନୋ ହୋଇଥିବା ବେଳେ ରେହମାନ୍ ପତ୍ନୀଙ୍କ ନାମ ମଧ୍ୟ ସାୟରା ବାନୋ ବୋଲି ଜଣା ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/606192-arrahman.jpg)
/kanak/media/post_attachments/wp-content/uploads/2019/01/A-R-Rahman2_Bacardi-Arena_BNWDelhi_Maanas-Singh-300x200.jpg)