ସାଲିଆ ସାହିରୁ ଆଣିଲେ, ସିଆରପି ଛକରେ ହାଣିଲେ । ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ହତ୍ୟାର ପୁରା କାହାଣୀ କହିଲେ ଡିସିପି ।

671

କନକ ବ୍ୟୁରୋ: ହଠାତ ରାଜଧାନୀ ଭୁବନେଶ୍ୱରର ସିଆରପି ଛକରେ ଯେଉଁହଲା ପଟା ଦେଖାଦେଲା, ତାର ପୁରା କାହାଣୀ କହିଛନ୍ତି ଡିସିପି ଉମାଶଙ୍କର ମିଶ୍ର । ସାଲିଆ ସାହିର ୩ଜଣ ବ୍ୟକ୍ତି ସାଗର ପୃଷ୍ଟି, ସୁଧିର ପୃଷ୍ଟି, ଟୁକୁନା ଦାସ ଓରଫ ଜଟ ଏକ ପିକପ ଭ୍ୟାନରେ ଆସୁଥିବା ବେଳେ ସିଆରପି ଛକରେ ଅଟକି ଯାଇଥିଲା ଗାଡି । ହଠାତ ଗାଡିଟିକୁ ଅଟକାଇ ଦେଇ ସୁଧିର ଓ ସାଗର ଏଖ ଛୋଟ ଖଣ୍ଡା ଭଳି ମାରଣାସ୍ତ୍ରରେ ଟୁକୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଚାନକ ରାସ୍ତା ଉପରେ ଏପରି ହିଂସାକାଣ୍ଡ ଦେଖି ଉତକ୍ଷିପ୍ତ ହୋଇପଡିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ଗାଡି ପାଖକୁ ମାଡି ଯାଇ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହ ନିସ୍ତୁକ ପିଟିଥିଲେ । ଛକ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶ ଜାରି ରହିଥିବା ବେଳେ ଭିଡ ଭିତରୁ ଜଣେ ମହିଳା ପିସିଆରକୁ ଫୋନ କରିଥିଲେ ।

ଆଖି ଆଗରେ ଏକ ନୃଶଂସ ହତ୍ୟାକାଣ୍ଡ ଦେଖିଥିବା ଲୋକେ ଏତେ ଉତକ୍ଷିପ୍ତ ହୋଇପଡିଥିଲେ ଯେ ଘଟଣାସ୍ଥଳରେ ପହଂଚିଥିବା ପିସିଆରକୁ ଛାଡିନଥିଲେ । ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ଏହା ପରେ ୨ରୁ ୩ଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ହସ୍ପିଟାଲ ପଠାଇଥିଲେ ।

ଏପଟେ ଡିସିପି କହିଛନ୍ତି ୩ଜଣଙ୍କ ଭିତରେ ଆଗରୁ ବଚସା ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଓ ଆଜି ସକାଳରୁ ମଧ୍ୟ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ଟୁକୁନାକୁ ଗାଡିରେ ବସାଇ ନେଇ ଆସିଥିଲେ ସାଗର ଓ ସୁଧିର । ଗାଡି ଭିତରେ ହିଁ ସେମାନେ ଟୁକୁନାକୁ ଆକ୍ରମଣ କରିଥିଲେ । ମୃତ ଚୁକୁନା ନାଁରେ ଆଗରୁ ମଧ୍ୟ ନୟାପଲୀ ଥାନାରେ ମାରପିଟ ମାମଲା ରହିଛି । ଲୋକଙ୍କ ସହିତ ଗଣ୍ଡଗୋଳ କରିବା ତାର ଅଭ୍ୟାସ ବୋଲି ସାଲିଆ ସାହି ଲୋକେ କହିଛନ୍ତି ।

ତେବେ ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ କିଛି ଲୋକ ସୋହି ଛକ ନିକଟରେ ବସି ତାସ ଖେଳୁଥିଲେ । ଗାଡି ଭିତରେ ହାତାହାତି ହେବାର ଦୃଶ୍ୟ ଦେଖି ସେମାନେ ଗାଡି ନିକଟକୁ ଚାଲିଆସିଥିଲେ । ଗାଡିର କାଚକୁ ବାଡେଇଥିଲେ । ଶୁଣନ୍ତୁ କଣ କହୁଛନ୍ତି ପ୍ରତ୍ୟକ୍ଷ ଦର୍ଶୀ ।