କନକ ବ୍ୟରୋ: ଗତକାଲି ପୌର ଭୋଟ ଶେଷ ହୋଇଥିବାବେଳେ ଆସନ୍ତାକାଲି ହେବ ଗଣତି । ତେବେ କିଏ କେତୋଟି ପୌରାଂଚଳ ପାଇବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ପଞ୍ଚାୟତ ପରେ ପୌର ଜନାଦେଶ କାହା ସପକ୍ଷରେ ଆସିବ ତାକୁ ନେଇ ମତ ରଖିଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା ।
୧୦୬ ପୌରାଂଚଳ ସହ ୩ଟି ମହାନଗର ନିଗମରୁ କିଏ କେତୋଟି ପାଇବ ତାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ୧୦୬ଟିରୁ କୌଣସି ବି ସିଟ୍ ପାଇନପାରେ ବିଜେପି । କାରଣ ଭୋଟ୍ ବେଳେ ବିଭିନ୍ନ ସ୍ଥାନରୁ ହିଂସାକାଣ୍ଡ ଓ ଟଙ୍କା ବଂଟାର ଅଭିଯୋଗ ଆସିଥିଲା । ଏଥିପାଇଁ ବିଜେଡିକୁ ଦାୟୀ କରିଛନ୍ତି ବିଜେପି ନେତା ।
ସେପଟେ ସମସ୍ତ ପୌରାଂଚଳ ଅକ୍ତିଆର କରିବା ସହିତ ପଂଚାୟତ ସଫଳତା ଦୋହରାଇବାକୁ ଦମ୍ଭୋକ୍ତି କରିଛନ୍ତି ବିଜେଡି ବିଧାୟକ ରାଜ କିଶୋର ଦାସ । ଏସବୁ ଭିତରେ କଂଗ୍ରେସ ମଧ୍ୟ ପୌର ଜନାଦେଶ ପୂର୍ବରୁ ମତ ରଖିଛି । କଂଗ୍ରେସ ୧୭ଟି ଆସନ ପାଇବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ବିଧାୟକ ସୁର ରାଉତରାୟ ।