ପୁଣିଥରେ ବିଜେଡି-ବିଜେପି ଏକାଠି ହେବା ନେଇ ଚର୍ଚ୍ଚା । ମେଣ୍ଟ ହେଲେ କାହାର ଲାଭ, କାହାର କ୍ଷତି? ଦଳ ଛାଡ଼ି ଆସିଥିବା ନେତାଙ୍କ ହେବ କ’ଣ?

528

କନକ ବ୍ୟୁରୋ: ବିଜେପି, ବିଜେଡି, ମେଣ୍ଟ । ଦୁଇଟି ଦଳ, ଗୋଟିଏ ମେଣ୍ଟ । ଏହି ପରିକଳ୍ପନା, ଯଦି ବାସ୍ତବ ରୂପ ନିଏ । ତେବେ ଏକଥା କହିଲେ ଭୁଲ ହେବ ନାହିଁ ଯେ, ରାଜନୀତିରେ କେହି ସ୍ଥାୟୀ ଶତ୍ରୁ ନଥାଏ କିମ୍ବା କେହି ମିତ୍ର ନଥାଏ । ସୁବିଧା ଓ ସୁଯୋଗ ଦେଖି ପରିସ୍ଥିତି ଅନୁସାରେ କଡ଼ ଲେଉଟାଇବା ହୁଏତ ସବୁଠାରୁ ବୁଦ୍ଧିମାନର କାମ । ଏକଥା କହିଲେ କୌଣସି ଭୁଲ ହେବ ନାହିଁ ଯେ, ନବୀନ ପଟ୍ଟନାୟକ ହେଉଛନ୍ତି, ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା । ଏକଥା ବି ମିଛ ନୁହେ ଯେ, ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ସବୁଠୁ ଚର୍ଚ୍ଚିତ ନେତା ।

ଯଦି ଚର୍ଚ୍ଚିତ ଓ ପରିଚିତ ଚେହେରା ପରସ୍ପର ଦଳର ବିରୋଧରେ ଲଢ଼ିଲେ କାହାରି ଲାଭ ହେବାର ନାହିଁ, ଏକାଠି ଲଢ଼ିଲେ ଉଭୟଙ୍କ ଫାଇଦା ଅଛି, ତେବେ ରାଜନୈତିକ ଫାଇଦା ଦେଖିବାରେ ହୁଏତ ଭୁଲ ନାହିଁ । ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପଛରେ ଏହି ଯୁକ୍ତିକୁ ବୋଧେ ଆଧାର କରି ଏତେ ବଡ଼ ନିଷ୍ପତି ନିଆଯିବାର ଚର୍ଚ୍ଚା ହେଉଛି ।

  • ମେଣ୍ଟ ହେଲେ କାହାର ଲାଭ, କାହାର କ୍ଷତି?
  • ଦଳ ଛାଡ଼ି ଆସିଥିବା ନେତାଙ୍କ ହେବ କ’ଣ?

ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ଅନେକ ନେତା ବିଜେଡି ଛାଡ଼ି ବିଜେପି ଆସିଛନ୍ତି । କେବଳ ବିଜେପି ନେତା ଆସିଛନ୍ତି ତାହା ନୁହେଁ, ବିଜେପିରେ ଥିବା ଅନେକ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଯଦିି ବିଜେଡି-ବିଜେପି ଭିତରେ ମେଣ୍ଟ ହୋଇଯିବ ଏହି ଦଳ ଡିଆଁ ନେତାଙ୍କର କ’ଣ ହେବ? ତାକୁ ନେଇ ଚର୍ଚ୍ଚା ହୋଇଛି । ଯଦି ମେଣ୍ଟର ସମୀକରଣ ଭିତରେ ଏହି ନେତାମାନେ ଖାପ ଖୁଆଇ ପାରିବେ ନାହିଁ ତେବେ କ’ଣ ହେବ ତାଙ୍କ ଭାଗ୍ୟ ଭବିଷ୍ୟତ?

ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳକୁ ଆସିଥିବା ନେତା ପାର୍ଟ ଟାଇମ୍ ପଲିଟିସିଆନ ନୁହଁନ୍ତି ଯେ, ରାଜନୈତିକ ଦୌଡରୁ ଓହରିଯିବେ । ମେଣ୍ଟ ଭିତରେ ଅଣନିଶ୍ୱାସୀ ଅନୁଭବ କଲେ ବିକଳ୍ପ ବାଟ ବାଛି ପାରନ୍ତି । ଆଉ ଏଥିପାଇଁ ବିକଳ୍ପର ୩ଟି ବାଟ ରହିଛି ।

୧- ହୁଏତ କଂଗ୍ରେସରେ ସାମିଲ ହୋଇ ପାରନ୍ତି

୨- ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ପାରନ୍ତି

୩- କିମ୍ବା ବିଦ୍ରୋହୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇପାରନ୍ତି

ତେବେ ଆଗକୁ କଣ ହେବ ତାହା ସମୟ କହିବ ।