କେବେ ହଟିବ ବିଧାନସଭାରୁ ଅଚଳାବସ୍ଥା : ୬ଦିନ ହେଲା ଚାଲିପାରୁନି ଗୃହ

 ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ; ଆଜି ବି ସମାନ ଆଭିମୁଖ୍ୟ ରଖିପାରନ୍ତି ଉଭୟ ପକ୍ଷ

53

କନକ ବ୍ୟୁରୋ : କେବେ ହଟିବ ବିଧାନସଭାର ଅଚଳାବସ୍ଥା । ଶାସକ ଓ ବିରୋଧୀ ଦଳ ନିଜ ନିଜ ଜିଦରେ ଅଟଳ ରହିବାକୁ ଯୋଗୁଁ ୬ ଦିନ ହେଲା ଚାଲିପ।।ରିନାହିଁ ବିଧାନସଭା । ଗୃହ ସ୍ୱାଭାବିକ କରିବାକୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ ମାରିଛି । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡବସିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସେହିଭଳି  ବିଜେଡି କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିଛି । ଉଭୟ ଶାସକ ଓ ବିରୋଧୀ ଗୃହ ଭିତରେ ଓ ବାହାରେ ନାରାବାଜି କରୁଛନ୍ତି । ଫଳରେ ଗୃହ ଚାଲିପାରୁନାହିଁ ।

ଗତକାଲି ବିଧାନସଭା ଭିତରେ ଓ ବାହାରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ । ଘଂଟପିଟି ଓ ବ୍ୟାନର ଦେଖାଇ ଗୃହଭିତରେ ପ୍ରତିବାଦ କରିଥିଲା ପ୍ରମୁଖ ବିରୋଧୀ ଦଳ ବିଜେପି  ।  କଂଗ୍ରେସ ପ୍ଲାକାର୍ଡ ଦେଖାଇ ବିଧାୟକ ଗୃହ ଭିତରେ ବିରୋଧ ପ୍ରଦର୍ଶନ କରିଥିଲେ । ଆଉ ଏହାକୁ କାଂଉଟର କରିବାକୁ ବିଜେଡି ମଧ୍ୟ ଗୃହରେ ଗଙ୍ଗାଜଳ ପାଣି ଛଂଚିଥିଲା । ଗାନ୍ଧିମୂର୍ତ୍ତି ତଳେ ବିଜେଡି ବିଧାୟକ କେନ୍ଦ୍ର ଅବହେଳା ପ୍ରସଙ୍ଗ ଓ ବିରୋଧୀଙ୍କୁ ସଦବୁଦ୍ଧି ଉଦୟ ଦେଉ ବୋଲି କହି ପ୍ରତିବାଦ କରିଛନ୍ତି । ସେହିଭଳି ବିଜେପି ବିଧାୟକ ଜଗନ୍ନାଥଙ୍କ ଫଟୋ ଧରି ଗୃହ ବାହାରେ ଧାରଣାରେ ବସିଥିଲେ । ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ କଂଗ୍ରେସ ବିଧାୟକମାନେ ବି ବିଧାନସଭା ଚାରିପଟେ ପରିକ୍ରମା କରିଥିଲେ ।