୩୦ ବର୍ଷର ରେକର୍ଡ ଭାଙ୍ଗିଲା ପାଇକାରୀ ମୁଦ୍ରାସ୍ଫୀତି। ପକେଟରେ ପଇସା ଥିଲେ ବି କମୁଛି କିଣିବା ଶକ୍ତି!

241

କନକ ବ୍ୟୁରୋ : ଗତ କିଛି ଦିନ ହେଲା ବହୁତ ଉଚ୍ଚା ରହିଛି ଖଣିଜ ଓ ଖାଇବା ତୈଳ ଦର । ବଢ଼ିଥିବା ଦରରେ ଆହୁରି ନିଅାଁ ଲଗାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ! ପରିବହନ ଖର୍ଚ୍ଚ ବି ବଢ଼ିଛି । ଶକ୍ତି ଓ ତୈଳ ଦର ବୃଦ୍ଧି ସାଙ୍ଗକୁ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢିଚାଲି଼ିଛି । ୩୦ ବର୍ଷ ପରେ ଦେଶର ପାଇକାରୀ ମୁଦ୍ରସ୍ଫୀତି ୧୫.୮୮ ପ୍ରତିଶତରେ ପହଞ୍ଚି ରେକର୍ଡ କରିଛି । ୧୯୯୧ ଅଗଷ୍ଟରେ ଏହା ସର୍ବାଧିକ ୧୬.୦୬ ପ୍ରତିଶତ ରହିଥିଲା । ଫଳରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମେ ମାସରେ ପରିବାପତ୍ର ୫୬.୩୬%, ଗହମ ୧୦.୫୫%, ଆଳୁ ୨୪.୮% ଅଣ୍ଡା,ମାଛ ଓ ମାଂସ ୭.୭୮%, ଇନ୍ଧନ ଓ ବିଜୁଳି ୪୦.୬୨%, ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ୭୯.୫% ବଢିଛି । ଯାହା ସାଧାରଣ ଲୋକଙ୍କ ଆର୍ଥିକ ପରିସ୍ଥିତି ଉପରେ ସିଧାସଳଖ ପ୍ରଭାବ ପକାଇଛି । ଋଷ- ୟୁକ୍ରେନ ଯୁଦ୍ଧ ସହ ଟଙ୍କାର ଅବମୂଲ୍ୟାୟନ, ଜଳବାୟୁ ପରିବର୍ତ୍ତନ ଭଳି ଅନ୍ୟ କିଛି କାରଣ ପାଇଁ ମଧ୍ୟ ଦରଦାମ ବଢୁଥିବା କହିଛନ୍ତି ବଜାର ବିଶେଷଜ୍ଞ ।