କନକ ବ୍ୟୁରୋ : ୧୯ ଲଢେଇ ପାଇଁ ବିଜେଡି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି । ଆଉ ଏହାସହ ୨୦୧୯ ମହାସମର ପାଇଁ ସେନା ପ୍ରସ୍ତୁତ କରିଛନ୍ତି ଦଳପତି । ତେବେ ଏହି ତାଲିକାରେ ଆପଣଙ୍କୁ ଅଞ୍ଚଳରୁ କିଏ ବିଜେଡି ଟିକେଟରୁ ନିର୍ବାଚନ ଯୁଦ୍ଧ ମୈଦାନକୁ ଓହ୍ଲାଇବା ତାହା ଉପରେ ନଜର ପକାନ୍ତୁ । କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍କପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି
Kanak News is now on WhatsApp
Join and get latest news updates delivered to you via WhatsApp
ଲୋକସଭା କ୍ଷେତ୍ର : କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଖରିଆର : ଲମ୍ବୋଧର ନିଆଳ
ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ଼ : ମହୋଷଧି ବାଗ
ଭବାନୀପାଟଣା : ଦୁଷ୍ମନ୍ତ ନାଏକ
ନର୍ଲା :ଭୂପିନ୍ଦର ସିଂ
ଲୋକସଭା କ୍ଷେତ୍ର: ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)
ଉମରକୋଟ : ସୁବାଶ ଗଣ୍ଡ
ନବରଙ୍ଗପୁର : ସଦାଶିବ ପ୍ରଧାନ
ଡ଼ାବୁଗାଁ : ମନୋହର ରାନ୍ଧାରୀ
କୋଟପାଡ଼ : ପଦ୍ମୀନୀ ଡିଆନ
ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ସାକା
ଲୋକସଭା କ୍ଷେତ୍ର: କୋରାପୁଟ : କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)
ଗୁଣୁପୁର : ରଘୁନାଥ ଗମାଙ୍ଗ
ବିଷମକଟକ :ଜଗନ୍ନାଥ ସାରକା
ରାୟଗଡ଼ା : ଲାଲ ବିହାରୀ ହିମିରିକା
ଲକ୍ଷ୍ମୀପୁର : ପ୍ରଭୁ ଜାନୀ
ଜୟପୁର : ରବି ନାରାୟଣ ନନ୍ଦ
କୋରାପୁଟ : ରଖୁରାମ ପୋଡାଲ
ଲୋକସଭା କ୍ଷେତ୍ର : ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ସାଂସଦ ପ୍ରାର୍ଥୀ)
ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର : ବିକ୍ରମ ପଣ୍ଡା
ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର
ଚିକିଟି : ଉଷା ଦେବୀ
ମୋହନା : ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି
ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ)
ଟିଟଲାଗଡ : ଟୁକୁନି ସାହୁ
ପାଟଣାଗଡ : ସରୋଜ ମେହେର
ସୋନୁପର : ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝୀ : ଅଜୟ ଦାଶ
ବୀରମହାରାଜପୁର : ପଦ୍ମନାଭ ବେହେରା
ଆସ୍କା : ପ୍ରମିଳା ବିଷୋୟୀ (ସାଂସଦ ପ୍ରାର୍ଥୀ)
ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ
ଆସ୍କା : ମଞ୍ଜୁଳା ସ୍ୱାଇଁ
ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି : ନନ୍ଦିନୀ ଦେବୀ
ପୋଲସରା : ଶ୍ରୀକାନ୍ତ ସାହୁ
କବିସୂଯ୍ୟନଗର : ଲତିକା ପ୍ରଧାନ
ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ
କନ୍ଧମାଳ : ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)
ବାଲିଗୁଡା : ଚକ୍ରଧର କହଁର
ଜି. ଉଦୟଗିରି : ସାଲୁଜା ପ୍ରଧାନ
ବୌଦ୍ଧ : ପ୍ରଦୀପ କୁମାର ଅମାତ
କଣ୍ଟାମାଳ : ମହୀଧର ରାଣା
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା : ରମେଶ ବେହେରା
ବରଗଡ : ପ୍ରସନ୍ନ ଆଚାର୍ଯ୍ୟ (ସାଂସଦ ପ୍ରାର୍ଥୀ)
ବରଗଡ : ଦେବେଶ ଆଚାର୍ଯ୍ୟ
ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ : ସୁଶାନ୍ତ ସିଂ
ପଦ୍ମପୁର : ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର : ନବୀନ ପଟ୍ଟନାୟକ
ଝାରସୁଗୁଡା : ନବ କିଶୋର ଦାସ
ସୁନ୍ଦରଗଡ : ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)
ସୁନ୍ଦରଗଡ : ଯୋଗଶ ସିଂ
ରାଜଗାଙ୍ଗପୁର : ମଙ୍ଗଳା କିଷାନ
ତଳସରା : ଷ୍ଟିଫେନ ସୋରେନ
ରାଉରକେଲା : ସାରଦା ପ୍ରସାଦ ନାୟକ
ରଘୁନାଥପଲ୍ଲୀ : ସୁବ୍ରତ ତରାଇ
ବଣାଇ : ରଣଜିତ୍ କିଷାନ