ଜାତୀୟ ରାଜପଥରେ ଗାତ ! ବରଗଡ଼ ରାୟପୁର ଏନଏଚ ୬ରେ ୨୦ ଫୁଟର ଗାତ

29

କନକ ବ୍ୟୁରୋ: ବରଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥରେ ୨୦ଫୁଟ ଗଭୀର ଗର୍ତ୍ତ । ବରଗଡ଼ରୁ ରାୟପୁର ଯାଉଥିବା ଜାତୀୟ ରାଜପଥ ନମ୍ବର ୬ରେ ୨୦ଫୁଟ୍ ଗଭୀର ଗର୍ତ୍ତ ଦେଖିବାକୁ ମିଳିଛି । ଏହି ରାସ୍ତାରେ ନିମ୍ନ ମାନର କାମ ହୋଇଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଅଶୋକ ବିଲକନ ପକ୍ଷରୁ ଏହି ରାସ୍ତା କାମ କରାଯାଇଥିଲା । ମରାମତି ନହେବା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ କରି ଦିଆଯାଇଛି । ଫଳରେ ରାସ୍ତା ଉପରେ ଶତାଧିକ ଗାଡି ମଟର ଅଟକି ରହିବା ସହ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି ।