ସଂପୂର୍ଣ୍ଣ ସାନିଟାଇଜ ହେବ ସିଲଭର ସିଟି । କଟକ ସହରକୁ ସାନିଟାଇଜ୍ କରିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ ।

1,588

କନକ ବ୍ୟୁରୋ: ସଂପୂର୍ଣ୍ଣ ସାନିଟାଇଜ ହେବ କଟକ ସହର । କଟକ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଦିଲ୍ଲୀପ ରାୟ ଦାୟର କରିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟର ବିଭିନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସେଠାରେ ସ୍ୱଚ୍ଛତା ଏବଂ ପରିଚ୍ଛନତାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତ ଅଞ୍ଚଳକୁ ଅବରୋଧ କରି ଏହାକୁ ସାନିଟାଇଜ୍ କରାଯାଉଛି । ଭୁବନେଶ୍ୱରଠୁ ଆରମ୍ଭ କରି ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲା ଗୁଡ଼ିକରେ ଅଧିକ ମାତ୍ରାରେ ସାନିଟାଇଜ୍ କରିବାକୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିଙ୍କ ସହାୟତାରେ ସ୍ୱଚ୍ଛ ହେଉଛି ସହରଠୁ ଗାଁ ଗହଳି ।