ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସାହ । ଗୋଟିଏ ଗୋଡରେ ଅଯୋଧ୍ୟା ଗଲେ ଲଲାଟ କିଶୋର । ଏପଟେ ପଥୋତ୍ସବରେ ଶ୍ରୀରାମଙ୍କ ଝଲକ ।

85

କନକ ବ୍ୟୁରୋ: ଅଯୋଧ୍ୟା ନଗରୀରେ ଭକ୍ତଙ୍କ ଭିଡ଼ ଭିତରେ ଭିନ୍ନକ୍ଷମ ଓଡ଼ିଆ ଭକ୍ତ । ଗୋଟିଏ ଗୋଡ ନଥିବା ବେଳେ ପୁରୀର ଲଲାଟ କିଶୋରଙ୍କୁ ଅଯୋଧ୍ୟା ନଗରୀକୁ ଟାଣିନେଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରତି ପ୍ରଗାଢ ଭକ୍ତି । ଭିନ୍ନକ୍ଷମ ହୋଇଥିଲେ ତାଙ୍କ ମନରେ ଯୋଶ କମିନାହିଁ । ଗୋଟିଏ ଗୋଡରେ ବି ଲଲାଟ କିଶୋର ଚାରିଧାମ ଯାତ୍ରା କରୁଥିବା କହିଛନ୍ତି । ଏନେଇ ଆମ ପ୍ରତିନିଧି ଅନୁଜ ଦାଶ ଲଲାଟ କିଶୋରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ।

ରାମ ଲଲାଙ୍କ ଆଗମନକୁ ନେଇ ସାରା ଦେଶରେ ଉତ୍ସାହ, ଉଦ୍ଦିପନା ଦେଖିବାକୁ ମିଳିଛି । ସ୍କେଟିଂ ମାଧ୍ୟମରେ ରାମ ଲଲାଙ୍କୁ ସ୍ୱାଗତ କରିଛନ୍ତି କୁନି କୁନି ପିଲା । ରାଜଧାନୀ ଭୁବନେଶ୍ୱର ପଥୋତ୍ସବରେ କୁନି କୁନି ପିଲା ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସ୍କେଟିଂ କରି ଜୟ ଶ୍ରୀରାମ ନାରା ଦେଇଛନ୍ତି ।

ଏକାମ୍ର ସ୍କେଟିଂ ଏକାଡେମୀର କୁନି କୁନି ଛାତ୍ରଛାତ୍ରୀ ସ୍କେଟିଂ କରି ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିଛନ୍ତି ।