କନକ ବ୍ୟୁରୋ: ଫେସବୁକ୍ ଭଳି ଦୁନିଆଁର ବଡ ବଡ କମ୍ପାନୀ ରିଲାଏନ୍ସ ଜିଓରେ ମୋଟା ଅଙ୍କର ନିବେଶ କରିଛନ୍ତି । ଏସବୁ ବଡ ବଡ କର୍ପୋରେଟ୍ ଡିଲ୍ସ ଏତେ ସହଜ ନୁହେଁ । ଏଥିପାଇଁ ତୀକ୍ଷ୍ମ ବୁଦ୍ଧିମତାର ସହ କାମ କରିବାକୁ ପଡେ । ଏସବୁ ପୋଜେକ୍ଟ ପାଇଁ ମୁଣ୍ଡ ଖେଳାଉଥିବା ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ବାବଦରେ କିନ୍ତୁ ଖୁବ କମ୍ ଲୋକ ହୁଏତ ଜାଣିଥିବେ, ସିଏ ହେଉଛନ୍ତି ମନୋଜ ମୋଦୀ

Advertisment

ଦେଶରେ ସବୁଠୁ ଧନୀ ବ୍ୟବସାୟୀ ଭାବେ ମୁକେଶ ଅମ୍ବାନୀଙ୍କ ସ୍ଥାନ ଟପ୍ ୧୦ ଭିତରେ ରହିଛି । ବ୍ୟବସାୟ କ୍ଷେତ୍ରରେ ମୁକେଶ ଅମ୍ବାନୀ ସଫଳତାର ଶୀଷଁ ଛୁଇଁଛନ୍ତି । ତାଙ୍କ କମ୍ପାନୀ ରିଲାଏନ୍ସ ବିଭିନ୍ନ ସେକ୍ଟରରେ ଡିଲ କରେ । ଆଉ ଏସବୁ ଡିଲ ପଛରେ ରହିଛି ମୁକେଶ ଅମ୍ବାନୀଙ୍କର ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ମନୋଜ ମୋଦୀଙ୍କ ହାତ । ତାଙ୍କୁ ଅଧିକାଂଶ ଲୋକେ ଜାଣିନଥିଲେ ବି ମୁକେଶ ଅମ୍ବାନୀଙ୍କ ପରିବାର ପାଇଁ ସେ ସବୁଠୁ ପ୍ରିୟ ଓ ବିଶ୍ୱସ୍ତ ।

ପରିବାର ସଦସ୍ୟ ନହେଲେ ବି ରିଲାଏନ୍ସର ସବୁ ଗୁରୁତ୍ୱପୂର୍ଣର୍ ନିଷ୍ପତ୍ତି ମନୋଜ ହିଁ ନେଇଥାନ୍ତି । ରିଲାଏନ୍ସର ସବୁ ବଡ ପ୍ରୋଜେକ୍ଟକୁ ସଫଳ କରିବାରେ ମନୋଜଙ୍କର ବଡ ଅବଦାନ ରହିଛି । ଅମ୍ବାନୀଙ୍କର ସହପାଠୀ ମନୋଜଙ୍କର କମ୍ପାନୀରେ ସ୍ୱତନ୍ତ୍ର ପୋଜିସନ୍ ରହିଛି ।ସୋସିଆଲ ମିଡିଆରେ ଏତେଟା ସକ୍ରିୟ ନଥିବା ମନୋଜ ମୋଦୀଙ୍କ ପାଇଁ ରିଲାଏନ୍ସ ଆଜି ସଫଳତାର ଉକ୍ରର୍ଷରେ । କମ୍ପାନୀର ବଡ ନିଷ୍ପତ୍ତିରେ ମନୋଜଙ୍କର ମୁଣ୍ଡ ଖେଳେ । ପୁରା କମ୍ପାନୀରେ ତାଙ୍କୁ ଏମଏମ ଭାବେ ଜାଣନ୍ତି ।

ଏପରି ବି ସମୟ ଥିଲା ଯେତେବେଳେ ମନୋଜଙ୍କ ପାଖରେ କୌଣସି ପଦ ନଥିଲା ହେଲେ ଯଥେଷ୍ଟ ପାୱାର ଥିଲା । ହେଲେ ଏବେ ସେ ରିଲାଏନ୍ସ ରିଟେଲ ଓ ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି । ରିପୋର୍ଟ ମୁତାବକ, ରିଲାଏନ୍ସ ଜିଓରେ ଫେସବୁକ ୪୩,୫୭୪ କୋଟି ନିବେଶ କରିବାରେ କେବଳ ମନୋଜ ମୋଦୀଙ୍କର ହିଁ ହାତ ଥିଲା । ରିଲାଏନ୍ସ ଗ୍ରୁପକୁ ବିଶେଷ କରି ଇଣ୍ଟରନେଟ୍ ଟେକ୍ନୋଲୋଜି କମ୍ପାନୀ ଭାବେ ବିଶ୍ୱ ସ୍ତରରେ ସ୍ଥାପିତ କରିବାକୁ ଚାହୁଁଛନ୍ତି । ମୁକେଶ ଅମ୍ବାନୀଙ୍କର ଏହି ପ୍ରଚେଷ୍ଟାକୁ ସଫଳତାର ଆକାର ଦେବା କାମ ମନୋଜ ମୋଦୀ ହିଁ କରୁଛନ୍ତି । ଜିଓ ରିଲାଏନ୍ସରେ ଫେସବୁକ୍ ସହ, ସିଲଭର ଲେକ୍, ଭିସ୍ତା, ଜେନେରାଳ ଆଟଲାଣ୍ଟିକ୍, କେକେଆର, ମୁବାଦଲା ଆଦି କମ୍ପାନୀ ୯୭ ହଜାର କୋଟି ଯାଏଁ ନିବେଶ କରିଛନ୍ତି ।

ମନୋଜ ମୋଦୀ ଏତେ ସରଳ ଭାବମୂର୍ତ୍ତିର ଜଣେ ବ୍ୟକ୍ତି , ଯିଏ ନିଜ ସ୍କିଲକୁ ନେଇ କେବେବି କୌଣସି ଦେଖାଣିଆ ବନ୍ତବ୍ୟ ଦେଇନାହାଁନ୍ତି । ବରଂ ତାଙ୍କର କୌଣସି ରଣନୀତି ଟ୍ରିକ୍ସ ନାହିଁ । ବରଂ ସେ ରିଲାଏନ୍ସର କିଛି ବିଶ୍ୱସ୍ତ ଓ ନିଷ୍ଠାପର ଅଧିକାରୀଙ୍କ ସହ ଡିଲ କରଥାନ୍ତି । ସେମାନଙ୍କ ସହ ନିଜର ଅଭିଜ୍ଞତାକୁ ବାଣ୍ଟିଥାନ୍ତି ବୋଲି କହିଛନ୍ତି ।

ଅମ୍ବାନୀ ପରିବାରର ସଦସ୍ୟ ନହେଲେ ବି ପୁରା ରିଏଲାଏନ୍ସ ଗ୍ରୁପ ପାଇଁ ମନୋଜ ମୋଦୀ ହେଉଛନ୍ତି ଜଣେ ଟ୍ରମ୍ପ କାର୍ଡ ।