WHO ର ୨୧ କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ, ସହାୟତା କରିବାକୁ ଯାଇ କରୁଥିଲେ ଏମିତି ଘୂଣ୍ଣ୍ୟ କାମ

200

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୧ ଜଣ କର୍ମଚାରୀଙ୍କ ନାମରେ ଆସିଛି ଦୁଷ୍କର୍ମ ଅଭିଯୋଗ । ସେମାନେ କଙ୍ଗୋର ମହିଳା ଓ ନାବାଳିକା ମାନଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏକ ସ୍ୱତନ୍ତ୍ର ଯାଂଚବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଆଫ୍ରିକୀୟ ଦେଶରେ ୨୦୧୮ ରୁ ୨୦୨୦ ମଧ୍ୟରେ ଏଭଳି ଘଟଣା ଘଟିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କିଛି କର୍ମଚାରୀ ସେଠାକୁ ଯାଇଥିଲେ ।

ସ୍ୱତନ୍ତ୍ର କମିଟିର ଯାଂଚ ପରେ ଏହି ଘଟଣାର ସତ୍ୟା ସତ୍ୟ ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଏଡନମ ଏହି ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଦୋଷ କରିଥିବା କର୍ମଚାରୀଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯାଉ ।

ଯାଂଚରୁ ଜଣାପଡିଛି କି ଇବୋଲା ଭୂତାଣୁରେ ପୀଡିତ ହୋଇ ଚିକିତ୍ସତ ହେଉଥିବା ମହିଳାମାନଙ୍କ ସହ ମେଡିକାଲରେ ଏଭଳି ଦୁଖଦ ଘଟଣା ଘଟାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍ମଚାରୀ । ଏହି ଦୁଷ୍କର୍ମ ମାମଲାରେ ମୋଟ ୮୧ ଜଣ ସାମିଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍ମଚାରୀ ।

ଏନେଇ ପୀଡିତ ମହିଳାମାନେ କହିଛନ୍ତି କି ସେମାନଙ୍କୁ ପାନୀୟରେ ନିଶା ମିଶାଇଦିଆଯାଇ ଦୁଷ୍କର୍ମ କରାଯାଉଥିଲା । ଅନ୍ୟ କିଛି ମହିଳା କହିଛନ୍ତି କି ସେମାନଙ୍କୁ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଇଚ୍ଛା ବିରୋଧରେ ଏଭଳି ଅମାନବୀୟ କାଣ୍ଡ କରାଯାଇଛି । ଏହାସହ ଦୁଷ୍କର୍ମ କରିବା ବେଳେ ସେମାନେ ସୁରକ୍ଷା ନେଇ ନଥିଲେ ଓ ପରେ ଗର୍ଭପାତ କରାଉଥିଲେ । ସବୁଠାରୁ ବଡକଥା ଏଭଳି ଘୂଣ୍ଣ୍ୟ କାମରେ ଡାକ୍ତରମାନେ ବି ସାମିଲ ଥିଲେ । କହିରଖୁ କି ଇବୋଲା ମହାମାରୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ ସେଠିକାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେଠାକୁ ଯାଇଥିଲେ ।

ଯାଂଚ ରିପୋର୍ଟ ପ୍ରକାଶିତ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଏଡନମ ଘେବେୟେସସ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ କାମ କରିବାକୁ ଯେଉଁ ଲୋକମାନଙ୍କୁ ରଖା ଯାଇଛି ସେମାନେ ସେବା ଓ ରକ୍ଷା କରିବା ପରିବର୍ତ୍ତେ ଏଭଳି କାମ କରିବା ସମସ୍ତଙ୍କ ପାଇଁ ଦୁଖର ବିଷୟ । ୫୦ ମହିଳାଙ୍କ ଅଭିଯୋଗ ପରେ ଏହି ମାମଲାରେ ଯାଂଚ ଆରମ୍ଭ ହୋଇଥିଲା ।