ଇଭିଏମରେ ସିଲ୍ ପଦ୍ମପୁର ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଗଣତି ପୁର୍ବରୁ କିଏ ଜିତିବେ ଚାଲିଛି ଅଙ୍କକଷା

240

କନକ ବ୍ୟୁରୋ : ପଦ୍ମପୁରରେ ମତଦାନ ଶେଷ ହେବା ପରେ ଇଭିଏମଗୁଡିକୁ ସିଲ କରି ଷ୍ଟ୍ରଗରୁମକୁ ପଠାଇ ଦିଆଯାଇଛି । ଗଣତି ପର୍ଯ୍ୟନ୍ତ ତ୍ରୀସ୍ତରୀୟ ସୁରକ୍ଷା ଭିତରେ ରହିବ ଏହିସବୁ ଇଭିଏମ । ବିଭିନ୍ନ ପ୍ରସଙ୍ଗକୁ ନେଇ ପଦ୍ମପୁର ଉପନିର୍ବାଚନରେ ଲଢ଼େଇ ହୋଇଛି । କିନ୍ତୁ ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହେବା ପରେ ବିଜେପି ବିଜୟଧାରାକୁ ବଜାୟ ରଖିବା ପାଇଁ ସବୁ ବଳ ଲଗାଇ ଦେଇଛି ।
ଅନ୍ୟପଟେ ଏହି ଆସନ ବିଜେଡିର ଥିବାରୁ ପୁଣି ଥରେ ଦଖଲ କରିବା ସହ ସମ୍ମାନକୁ ବଜାୟ ରଖିବା ପାଇଁ ରାତି ଦିନକୁ ଏକ କରି ଲଢ଼େଇ କରିଛନ୍ତି ବିଜେଡି ନେତା । ତେବେ ପଦ୍ମପୁରବାସୀ କାହାକୁ ଭରଷା କରୁଛନ୍ତି ତାହା ଆଗାମି ୮ତାରିଖରେ ସ୍ପଷ୍ଟ ହେବ । ଫଳାଫଳ ନେଇ ନେତାଙ୍କ ଛାତି ଧଡ ଧଡ ହେଉଥିବା ବେଳେ ବରିଷ୍ଠ ନେତା ନିଜର ଅଭିଜ୍ଞତା ଅନୁସାରେ ହାର ଜିତର ଆକଳନ କରିଛନ୍ତି । ବରିଷ୍ଠ ନେତା ଦାମ ରାଉତ ବିଜେଡି ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି, ବାପା ବିଜୟରଂଜନ ସିଂ ବରିହାଙ୍କ ଭଳି ତାଙ୍କ ଝିଅ ବର୍ଷା ଅଧିକ ଭୋଟରେ ଜିତିବେ । ସେହିଭଳି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ କହିବା କଥା ହେଲା, ଲଢେଇ ଜୋରଦାର ହେବ । ତେବେ ପ୍ରାୟ ୩ ହଜାର ଭୋଟରେ ଜିତିବ ବିଜେଡି ।