ଦେଶରେ ୨ ଟି କରୋନା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ସେପଟେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ଦେଶପାଇଁ ଏକ ଗର୍ବର ମୁହୁତ୍ତ୍ୱ

Advertisment
ଦେଶରେ ୨ ଟି କରୋନା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ସେପଟେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ଦେଶପାଇଁ ଏକ ଗର୍ବର ମୁହୁତ୍ତ୍ୱ

କନକ ବ୍ୟୁରୋ : ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭାରତର ଏଭଳି ସଫଳତାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ଭାରତ ଯେଭଳି ଭାବେ କରୋନା ଲଢେଇରେ ନିଜର ପାରଦର୍ଶିତା ଦେଖାଇଲା ତାହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବି ଭାରତକୁ ସ୍ୱାଗତ ଜଣାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍ କ୍ଷେତ୍ରପାଳ ସିଂ କହିଛନ୍ତି କି, କରୋନା ଲଢେଇରେ ଭାରତ ବେସ୍ ଭଲ ପ୍ରଦର୍ଶନ କରିଛି । ଭାରତ ସରକାର ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ଭାରତଭଳି ଜନସଂଖ୍ୟା ବହୁଳ ରାଷ୍ଟ୍ରରେ କରୋନା ଭୟାବହତାକୁ ରୋକାଯାଇ ପାରିଛି ।

ଅନ୍ୟପଟେ ୨ ଟି ଟିକାକୁ ମଞ୍ଜୁରୀ ମଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ କହିଛନ୍ତି କି ଭାରତୀୟ ମାନେ ଗର୍ବ କରିବା ଉଚିତ୍ ଯେ ଯେଉଁ ୨ ଟି ଟିକାକୁ ମଞ୍ଜୁରୀ ମିଳିଛି ତାହା ଭାରତରେ ପ୍ରସ୍ତୁତ କରାଯାଇଛି । ଏହା ଅତ୍ମନିର୍ଭର୍ର ଭାରତର ସ୍ୱପ୍ନ ପୁରା କରିବାରେ ଦେଶରେ ବୈଜ୍ଞାନିକ ମାନଙ୍କ ତ୍ୟାଗ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।କହିରଖୁ କି ଡିସିଜିଆଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଦେଶର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ସମ୍ପୁର୍ଣ୍ଣ ସୁରକ୍ଷିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe