କନକ ବ୍ୟୁରୋ: ତଳସରା କାହାର? କିଏ ଜିତିବ ତଳସରା ବିଧାନସଭା ଆସନ? ଦେଖିବାକୁ ମିଳିବ କି ବିଗ୍ ଫାଇଟ୍ ? ସୁନ୍ଦରଗଡ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି । ଚଳିତଥର ୩ ରାଜନୈତିକ ଦଳର ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ ।
ତେବେ ବିଜେଡିରୁ ନେଇ ବିଜେପି ନା କଂଗ୍ରେସ କାହାକୁ ଭରସା କରିବେ ତଳସରା ଭୋଟର ? ସେପଟେ କଂଗ୍ରେସ ଫେରିବା ନେଇ ମଧ୍ୟ ଜୋରଦାର ହେଉଛି ଚର୍ଚ୍ଚା । ବିଜେଡି ବିଭିନ୍ନ ମୁଦ୍ଦା ନେଇ ଦମ୍ ଦେଖାଉଥିବାବେଳେ ବିଜେପି ମଧ୍ୟ ଫୁଲ ଦମରେ ପ୍ରସ୍ତୁତ କରିଛି ରଣନୀତି ? ଦଳ ଦଳ ମଧ୍ୟରେ ଭୋଟ୍ ହାତେଇବାକୁ ଲୋକଙ୍କ ପାଖକୁ ସିଧାସଳଖ ଯାଇ ଭୋଟ ଭିକ୍ଷା କରୁଛନ୍ତି ଆଶାୟୀ ପ୍ରାର୍ଥୀ । ଏହିଭଳି ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାର କୁ ଜୋରଦାର କରିଛନ୍ତି ।
ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ରହିଛନ୍ତି ୧ଲକ୍ଷ ୪ହଜାର୯୦୯ । ମହିଳା ଭୋଟର ୧ଲକ୍ଷ ୧୦ହଜାର ୪୫୨ଜଣ ରହିଛନ୍ତି । ନିର୍ବାଚନରେ ଏହି ଭୋଟର ମାନେ ହିଁ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବେ । ଚଳିତ ନିର୍ବାଚନରେ ତଳସରା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ ଜୋରଦାର ହେବ । ମଇଦାନରେ ତ୍ରିମୁଖୀ ଲଢେଇ ଚାଲିଥିବା ବେଳେ କିଏ ବାଜିମାତ୍ କରିବ ସେ ନେଇ ସମୟକୁ କେବଳ ଅପେକ୍ଷା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/Capture-30.jpg)