ଏସିଆ କପରେ ହାଇଭୋଲ୍ଟେଜ ଲଢେଇ । ରୋହିତ ଟିମ ଦେଇପାରିବେ କି ପାକିସ୍ତାନକୁ ମାତ?

Advertisment
ଏସିଆ କପରେ ହାଇଭୋଲ୍ଟେଜ ଲଢେଇ । ରୋହିତ ଟିମ ଦେଇପାରିବେ କି ପାକିସ୍ତାନକୁ ମାତ?

Source:gqindia.com

କନକ ବ୍ୟୁରୋ:  ଆଜି ମୁହାଁମୁହିଁ ହେବେ ଏସିଆର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଆଜି ଅପରାହ୍ନ ୫ଟା ମ୍ୟାଚ୍ ଥିବା ବେଳେ ସୁପର ଫୋରରେ ସ୍ଥାନ ପକା କରିବାକୁ ଚାହିଁବେ ଉଭୟ ଦଳ । ଶେଷଥର ପାଇଁ ଉଭୟ ଦଳ ଇଂଲଣ୍ଡରେ ଆୟୋଜିତ ଚାମ୍ଫିଅନ୍ସ ଟ୍ରଫିର ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ୧୮୧ରନରେ ଭାରତକୁ ମାତ୍ ଦେଇଥିଲା ପାକିସ୍ତାନ । ଏସିଆ କପରେ କିନ୍ତୁ ଭାରତ ପାକିସ୍ତାନକୁ ୬ଥର ମାତ୍ ଦେଇଛି । ପାକିସ୍ତାନ ମଧ୍ୟ ଭାରତକୁ ୫ ଥର ହରାଇଛି । ତେଣୁ ଆଜିର ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି ।

publive-image

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଯସପ୍ରୀତ ବୁମରା।

ସମ୍ଭାବ୍ୟ ପାକିସ୍ତାନ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲ୍ଲୀ, ବାବର ଆଜମ, ଫହୀମ ଅଶରଫ, ଫଖର ଜମନ, ହାରିସ୍‌ ସୋହେଲ, ହସନ ଅଲ୍ଲୀ, ଇମାମ ଉଲ୍‌ ହକ୍‌, ମହମ୍ମଦ ଆମିର, ସଦାବ ଖାନ୍‌, ସୋଏବ ମଲ୍ଲିକ, ଉସ୍ମାନ ଖାନ୍‌, ଜୁନୈଦ ଖାନ୍‌।

କୋହଲିଙ୍କ ବିନା ଭାରତ

ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ଭାରତ ଏସିଆ କପ୍‌ ଖେଳୁଛି। ପାକିସ୍ତାନ ବିପକ୍ଷରେ ତାଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଅନୁଭୂତ ହେବ। ପାକିସ୍ତାନ କିନ୍ତୁ ଶାନ୍ତିର ନିଶ୍ୱାସ ମାରିଥିବ। କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ଦାୟିତ୍ୱ କିନ୍ତୁ ବଢ଼ିଯାଇଛି। ତାଙ୍କୁ ରନ୍‌ କରିବା ସହ ବଳିଷ୍ଠ ନେତୃତ୍ୱର ପ୍ରମାଣ ଦେବାକୁ ପଡ଼ିବ।

ମଧ୍ୟକ୍ରମ ଚିନ୍ତା

ଶୀର୍ଷକ୍ରମରେ ଭାରତ ବେଶ୍‌ ଶକ୍ତିଶାଳୀ। ହେଲେ ମଧ୍ୟକ୍ରମକୁ ନେଇ ଅଧିନାୟକ ରୋହିତ ଶର୍ମା ଚିନ୍ତାରେ ଅଛନ୍ତି। ବିଶେଷ କରି ଚତୁର୍ଥ ଏବଂ ଷଷ୍ଠ ସ୍ଥାନରେ କିଏ ଖେଳିବ ତା’ହା ଏବେବି ଅସ୍ପଷ୍ଟ ରହିଛି। ହଂକଂ ବିପକ୍ଷରେ ଦୀନେଶ କାର୍ତିକ ଚତୁର୍ଥରେ ଖେଳିଥିଲେ। ପାକିସ୍ତାନ ବିପକ୍ଷରେ ଏହି ଧାରା ବଦଳିପାରେ।

ପାକିସ୍ତାନର ଶକ୍ତିିଶାଳୀ ଶୀର୍ଷକ୍ରମ

ପାକିସ୍ତାନର ଶୀର୍ଷକ୍ରମ ମଧ୍ୟ ଭାରତ ଭଳି ବେଶ୍‌ ଶକ୍ତିଶାଳୀ। ବାବର ଆଜମ, ଫଖର ଜମନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଚମତ୍କାର ବ୍ୟାଟିଂ କରିଥିଲେ। ଇମାମ-ଉଲ୍‌-ହକ୍‌ ମଧ୍ୟ ଭଲ ଫର୍ମରେ ଅଛନ୍ତି। ଜମନ ନିକଟରେ ଜିମ୍ବାେଓ୍ଵ ବିପକ୍ଷରେ ଦ୍ୱିଶତକ ଅର୍ଜନ କରିଛନ୍ତି। ହଂକଂ ବିପକ୍ଷରେ ଉମାମ ଅର୍ଧଶତକ ହାସଲ କରିଛନ୍ତି। ଏମାନେ ଭାରତକୁ ଚିନ୍ତାରେ ପକାଇ ପାରନ୍ତି।

ବୋଲିଂ ବିବିଧତା

ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ ମଧ୍ୟ ବୋଲିଂ ହେଉଛି ପାକିସ୍ତାନର ଅସଲ ଦକ୍ଷତା। ବୋଲରଙ୍କ ବଳରେ ହିଁ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଏହି ଦଳ ପାଣି ପିଆଇ ଦେଇଥିଲା। ପାକିସ୍ତାନର ବୋଲିଂ ମୁଖ୍ୟତଃ ହାସନ ଅଲ୍ଲୀ ଏବଂ ମହମ୍ମଦ ଆମିରଙ୍କ ଉପରେ ନିର୍ଭରଶୀଳ ରହିବ। ଯୁବ ବୋଲର ଉସମାନ୍‌ ଖାନ୍‌ ମଧ୍ୟ ନିଜ ପ୍ରଦର୍ଶନରେ ଢେର ପ୍ରଭାବିତ କରିଛନ୍ତି। ହଂକଂ ବିପକ୍ଷରେ ସେ ତିନିଟି ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଲେଗ୍‌ ସ୍ପିନର ସଦାବ ଖାନ୍‌ ମଧ୍ୟ କିଛି କମ୍‌ ନୁହନ୍ତି। ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ମଧ୍ୟ ସ୍ପିନ୍‌ ବୋଲିଂ କରିପାରିବେ। ପାକିସ୍ତାନ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ବୁଧବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମର ଭିଆଇପି ଗ୍ୟାଲେରିରେ ପ୍ରଧାନମନ୍ତ୍ରୀ ତଥା ବିଶ୍ୱ ବିଜୟୀ ଅଧିନାୟକ ଇମ୍ରାନ୍‌ ଖାନ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe