ବାଲେଶ୍ୱରରେ ବାଜି ଜିତିବ କିଏ? ବିଜେପିର ପ୍ରତାପ ଷଡଙ୍ଗୀ ନା ବିଜେଡିର ଲେଖାଶ୍ରୀ ସାମନ୍ତ ସିଂହାର ?

330

କନକ ବ୍ୟୁରୋ: ଏଥର ବାଲେଶ୍ୱରରେ ଲଢେଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ଲୋକସଭା ନିର୍ବାଚନ ମଣ୍ଡଳୀରେ ବି ଲଢେଇ ଜବରଦସ୍ତ ହେବ ବୋଲି ଆକଳନ କରାଯାଉଛି । କାରଣ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଛାଡି ନିକଟରେ ବିଜେଡିରେ ମିଶିଥିବା ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓହ୍ଲାଇଛନ୍ତି ମଇଦାନକୁ । ୨୦୧୯ରେ ବାଲେଶ୍ୱରରୁ ବାଜି ମାରିଥିବା ପ୍ରତାପ ଷଡଙ୍ଗୀଙ୍କ ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ରହିଥିବାବେଳେ ଲେଖାଶ୍ରୀ ତାଙ୍କୁ କଡା ଟକ୍କର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ବର୍ତ୍ତର୍ମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରି ନାହିଁ । ଆସନ୍ତୁ ନଜର ପକାଇବା ଚଳିତ ଥର ଓ ପୂର୍ବର ପ୍ରାର୍ଥୀ ଓ ସେମାନଙ୍କର ନିର୍ବାଚନୀ ପରିଣାମ ଉପରେ:

ବାଲେଶ୍ୱର ଲୋକସଭା – ୨୦୨୪ :
ବିଜେପି – ପ୍ରତାପ ଷଡ଼ଙ୍ଗୀ
ବିଜେଡି – ଲେଖାଶ୍ରୀ ସାମନ୍ତସିଂହାର
କଂଗ୍ରେସ – ?

ବାଲେଶ୍ୱର ଲୋକସଭା – ୨୦୧୯:

ବାଲେଶ୍ୱର ଲୋକସଭା ଆସନରୁ ବାଜି ମାରିଥିଲେ ବିଜେପିର ପ୍ରତାପ ଷଡ଼ଙ୍ଗୀ
ଦ୍ୱିତୀୟ ସ୍ଥାନରେ ଥିଲେ ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନା
ପ୍ରତାପ ଷଡଙ୍ଗୀଙ୍କୁ ମିଳିଥିଲା ୪ ଲକ୍ଷ ୮୩ ହଜାର ୮୫୮ ଭୋଟ
ବିଜେପିର ଭୋଟ୍ ପ୍ରତିଶତ ଥିଲା ୪୧.୭୯%
ବିଜେଡିର ରବିନ୍ଦ୍ର ଜେନା ପାଇଥିଲେ ୪ ଲକ୍ଷ ୭୦ ହଜାର ୯୦୨
ତୃତୀୟ ସ୍ଥାନରେ ଥିବା କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ପାଇଥିଲେ ୧ ଲକ୍ଷ ୭୯ହଜାର ୪୦୩ ଭୋଟ