କିଏ ହାତେଇବ ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର ସତ୍ତା? ବଦଳିଯିବ କି ତାମିଲନାଡୁ ସରକାର? ଦେଖନ୍ତୁ କିଏ ଆଗରେ, କିଏ ପଛରେ?

କିଏ ହାତେଇବ ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର  ସତ୍ତା? ବଦଳିଯିବ କି ତାମିଲନାଡୁ ସରକାର? ଦେଖନ୍ତୁ କିଏ ଆଗରେ, କିଏ ପଛରେ?

କନକ ବ୍ୟୁରୋ: ଚାଲିଛି ତାମିଲନାଡୁ ବିଧାନସଭା ଭୋଟ ଗଣତି । ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର  ସତା କାହା ହାତକୁ ଯିବ ତା ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ମୁଖ୍ୟ ଲଢେଇ ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ଚାଲିଛି । ଏପର୍ଯ୍ୟନ୍ତ ଡିଏମକେ ୪୪ଟି ସିଟରେ ଆଗୁଆ ରହିଥିବା ବେଳେ ଏଆଇଡିଏମକେ ୨୦ଟି ସିଟ ପାଇଛି । ତାମିଲନାଡୁରେ ମୋଟ ଆସନ ସଂଖ୍ୟା ୨୩୪ ରହିଛି ।

ବର୍ତ୍ତମାନ ତାମିଲନାଡୁରେ ଏଆଇଏଡିଏମକେର ସରକାର ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ ରହିଛନ୍ତି କେ ପାଲାନିସ୍ୱାମୀ । ହେଲେ ଏଥର ନିର୍ବାଚନରେ ଡିଏମକେର ମୁଖ୍ୟ ଏମକେ ଷ୍ଟାଲିନଙ୍କ ଯାଦୁ ଦେଖିବାକୁ ମିଳିପାରେ । କାରଣ ଏଯାଏଁ ତାମିଲନାଡୁରେ ଡିଏମକେ ୪୪ ଆସନ ପାଇ ଆଗୁଆ ରହିଛି । ସେପଟେ ଏଆଇଏଡିଏମକେ ୨୦ ଆସନ ପାଇ ପଛୁଆ ରହିଛି ।

ତେବେ ସିଭୋଟର ସର୍ଭେରେ ତାମିଲନାଡୁରେ ଡିଏମକେର ବଡ ବିଜୟ ହେବ ବୋଲି ଆକଳନ କରାଯାଇଥିଲା । ଡିଏମକେ ୧୬୦ରୁ ୧୭୦ ସିଟ ପାଇପାରେ ବୋଲି କୁହାଯାଇଥିଲା । ତେବେ ଏହି ବଡ ରାଜ୍ୟରେ କାହାର ବିଜୟ ବାନା ଉଡିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe