କିଏ ହାତେଇବ ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର ସତ୍ତା? ବଦଳିଯିବ କି ତାମିଲନାଡୁ ସରକାର? ଦେଖନ୍ତୁ କିଏ ଆଗରେ, କିଏ ପଛରେ?

182

କନକ ବ୍ୟୁରୋ: ଚାଲିଛି ତାମିଲନାଡୁ ବିଧାନସଭା ଭୋଟ ଗଣତି । ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର  ସତା କାହା ହାତକୁ ଯିବ ତା ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ମୁଖ୍ୟ ଲଢେଇ ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ଚାଲିଛି । ଏପର୍ଯ୍ୟନ୍ତ ଡିଏମକେ ୪୪ଟି ସିଟରେ ଆଗୁଆ ରହିଥିବା ବେଳେ ଏଆଇଡିଏମକେ ୨୦ଟି ସିଟ ପାଇଛି । ତାମିଲନାଡୁରେ ମୋଟ ଆସନ ସଂଖ୍ୟା ୨୩୪ ରହିଛି ।

ବର୍ତ୍ତମାନ ତାମିଲନାଡୁରେ ଏଆଇଏଡିଏମକେର ସରକାର ରହିଛି । ଏଠାରେ ମୁଖ୍ୟମନ୍ତ୍ରୀ ରହିଛନ୍ତି କେ ପାଲାନିସ୍ୱାମୀ । ହେଲେ ଏଥର ନିର୍ବାଚନରେ ଡିଏମକେର ମୁଖ୍ୟ ଏମକେ ଷ୍ଟାଲିନଙ୍କ ଯାଦୁ ଦେଖିବାକୁ ମିଳିପାରେ । କାରଣ ଏଯାଏଁ ତାମିଲନାଡୁରେ ଡିଏମକେ ୪୪ ଆସନ ପାଇ ଆଗୁଆ ରହିଛି । ସେପଟେ ଏଆଇଏଡିଏମକେ ୨୦ ଆସନ ପାଇ ପଛୁଆ ରହିଛି ।

ତେବେ ସିଭୋଟର ସର୍ଭେରେ ତାମିଲନାଡୁରେ ଡିଏମକେର ବଡ ବିଜୟ ହେବ ବୋଲି ଆକଳନ କରାଯାଇଥିଲା । ଡିଏମକେ ୧୬୦ରୁ ୧୭୦ ସିଟ ପାଇପାରେ ବୋଲି କୁହାଯାଇଥିଲା । ତେବେ ଏହି ବଡ ରାଜ୍ୟରେ କାହାର ବିଜୟ ବାନା ଉଡିବ ତା ଉପରେ ରହିଛି ସମସ୍ତଙ୍କ ନଜର ।