କନକ ବ୍ୟୁରୋ: ପ୍ରାର୍ଥୀ ବି ପ୍ରସ୍ତୁତ, ନେତା ବି ପ୍ରସ୍ତୁତ ଏବେ ମଇଦାନରେ ଆରମ୍ଭ ହୋଇଯାଇଛି ଲଢେଇ । ପ୍ରମୁଖ ୩ ରାଜନୈତିକ ଦଳର ପ୍ରାର୍ଥୀ, ବିଧାୟିକା କୁସୁମ ଟେଟେ, ବିଜେଡି ପ୍ରାର୍ଥୀ ଯୋଗେଶ ସିଂହ, କଂଗ୍ରେସ ପ୍ରାର୍ଥୀ ସୁଧାରାଣୀ ରାଉଡିଆ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତିା କର୍ମୀ ସମ୍ମିଳନୀ କରି ସମର୍ଥକଙ୍କୁ ଏକଜୁଟ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନ ଓ ଶୋଭାଯାତ୍ରା କରି ଭୋଟ ମାଗୁଛନ୍ତି ।

Advertisment

ବିଜେଡି ପ୍ରାର୍ଥୀ ରାଜ୍ୟ ସରକାରଙ୍କ ବିକାଶକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚୁଥିବାବେଳେ, ସୁନ୍ଦରଗଡ ପ୍ରତି କିଭଳି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି ତାହାକୁ ମୁଦ୍ଦା କରିଛି ବିଜେପି । ଅନ୍ୟପଟେ, ବିଜେପି , ବିଜେଡିର ସାପଶିଢି ଖେଳ ଭିତରେ ଦୁହି ଦଳ ଏକ ମୁଦ୍ରାର ଦୁଇ ପାଶ୍ୱର୍ କହି କଟାକ୍ଷ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ।

ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଚାରୋଟି ବ୍ଲକ, ସଦର, ଟାଙ୍ଗରପାଲ୍ଲୀ, ଲେଫ୍ରିପଡା , ହେମଗିରିକୁ ନେଇ ଗଠିତ । ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୦୮ । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ରହିଛନ୍ତି ୧ଲକ୍ଷ ୧୫ ହଜାର ୩୬୨ ,ମହିଳା ଭୋଟର ରହିଛନ୍ତି ୧ଲକ୍ଷ ୨୦ହଜାର ୩୨୯ । ଚଳିତ ନିର୍ବାଚନରେ ଏହି ଭୋଟର ମାନେ ହିଁ ତାଙ୍କ ନେତା ଚୟନ କରି ବିଧାନସଭାକୁ ପଠାଇବେ । ହେଲେ ରାଜନୀତି ସମୀକ୍ଷକଙ୍କ କହିବା କଥା ଏଥର ୨ ମୁଖୀ ନୁହଁ ସୁନ୍ଦରଗଡରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ ।