କନକ ବ୍ୟୁରୋ : ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନଗର । ଯେତେବେଳେ ସାରା ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ଠାରୁ ମୁହଁ ଫେରାଇ ନେଇଥିଲା ସେତେବେଳେ ବିଜୁ ବାବୁଙ୍କୁ ଆପଣାଇ ନେବା ସହ ରାଜନୈତିକ ଜୀବନ୍ୟାସ ଦେଇଥିଲା ରାଜନଗର । ସେବେଠାରୁ ଓଡିଶା ରାଜନୀତିରେ ରାଜନଗର ନିର୍ବାଚନମଣ୍ଡଳୀ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ଏଠାରୁ ବିଜୁ ବାବୁଙ୍କ ଅନୁଗତ ତଥା ରାଜନଗରର ଭୂମିପୁତ୍ର ନଳିନୀକାନ୍ତ ମହାନ୍ତି ଲଗାତାର ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରେର୍କଡ କରିଥିଲେ । ତେବେ ୨୦୦୯ରେ ଏହି ଆସନରେ ନଳିନୀଙ୍କୁ ହରାଇ ପୁଣିଥରେ ବିଜେଡି ବାନା ଉଡାଇଥିଲେ ଅଲେଖ । କିନ୍ତୁ ଏହି ଧାରା ୨୦୧୪ରେ ବଦଳିଥିଲା । ପୁଣିଥରେ ବାପା ନଳିନୀଙ୍କ ଆସନକୁ ଅକ୍ତିଆର କରିଥିଲେ ପୁଅ ଅଂଶୁମାନ । ଚଳିତଥର କାହାକୁ ଭରସା କରିବେ ରାଜନଗରବାସୀ ତାହା ସବୁଠୁ ବଡ ପ୍ରଶ୍ନ ପାଲଟିଛି । ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟି, ରାଜନଗର ବ୍ଳକ୍ ଏବଂ ପଟ୍ଟାମୁଣ୍ଡାଇ ବ୍ଳକର ୧୮ଟି ପଂଚାୟତକୁ ନେଇ ଗଠିତ ଏହି ବିଧାନସଭା ଆସନ । ୧୯୫୧ରେ ଏହି ବିଧାନସଭା ଗଠିତ ହୋଇଥିଲା ।
୨୦୧୯ର ଲଢେଇ
ବିଜେଡି: ଧ୍ରୁବଚରଣ ସାହୁ
କଂଗ୍ରେସ: ଅଂଶୁମାନ ମହାନ୍ତି
ବିଜେପି: ଅଲେଖ ଜେନା
ବିଜେଡି: ଧ୍ରୁବଚରଣ ସାହୁ
- ୨୦୧୪ରେ ପରାଜିତ ( ୫ହଜାର ୪୨୯ ଭୋଟ୍)
- ଜିଲ୍ଲା ବିଜେଡି ସଭାପତି
- ନେତୃତ୍ୱରେ ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ
କଂଗ୍ରେସ: ଅଂଶୁମାନ ମହାନ୍ତି
- ୨୦୧୪ ବିଧାୟକ
- ଯୁବ ନେତା ତଥା ସଂଗଠକ
- ୭ଥର ବିଧାୟକ ନଳୀନି ମହାନ୍ତିଙ୍କ ପୁଅ
ବିଜେପି : ଅଲେଖ ଜେନା
- ୨୦୦୯ରେ ବିଧାୟକ ( ବିଜେଡି )
- ୨୦୧୪ରେ ଟିକେଟ୍ ମିଳିନଥିଲା
- ୨୦୧୮ରେ ବିଜେପିରେ ସାମିଲ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୦ ହଜାର ୧୫୬
- ମତ ଦେଇଥିଲେ – ୧ ଲକ୍ଷ ୫୬ ହଜାର ୭୪୭
- ଭୋଟଦାନ ହାର – ୭୧.୨୦%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଧ୍ରୁବ ଚରଣ ସାହୁ ବିଜେଡି ୭୧,୩୭୭ ୪୫.୫୪% ପରାସ୍ତ
ଅଂଶୁମାନ ମହାନ୍ତି କଂଗ୍ରେସ ୭୬,୮୦୬ ୪୯.୦୦% ବିଜୟୀ
ଜ୍ଞାନଦେବ ବେଉରା ବିଜେପି ୬,୬୩୨ ୪.୨୩% ପରାସ୍ତ
କିଏ ମାରିଥିଲା ବାଜି?
- କଂଗ୍ରେସର ଅଂଶୁମାନ ମହାନ୍ତି ନିର୍ବାଚନ ଜିତିଥିଲେ
- ୭୬ ହଜାର ୮୦୬ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ଧ୍ରୁବ ଚରଣ ସାହୁଙ୍କୁ ପରାସ୍ତ କରିଥିଲେ
- ୫ ହଜାର ୪୨୯ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ