କିଏ ଜିତିବ ପଦ୍ମପୁର ବାଜି? ଗ୍ରାଉଣ୍ଡ ଜିରୋରେ ଜନତାଙ୍କ ମୁଡ୍ ପରଖିଛି କନକ ନ୍ୟୁଜ୍।

କିଏ ଜିତିବ ପଦ୍ମପୁର ବାଜି? ଗ୍ରାଉଣ୍ଡ ଜିରୋରେ ଜନତାଙ୍କ ମୁଡ୍ ପରଖିଛି କନକ ନ୍ୟୁଜ୍।

କନକ ବ୍ୟୁରୋ: କିଏ ଜିତିବ ପଦ୍ମପୁର ବାଜି ? କ’ଣ ରହିଛି ଭୋଟର୍ଙ୍କ ମୁଡ୍? କେଉଁ ପ୍ରସଙ୍ଗରେ ପଡ଼ିବ ଭୋଟ୍ ? କିଛି ଏଭଳି ପ୍ରମୁଖ ପ୍ରସଙ୍ଗ ଓ ପ୍ରଶ୍ନକୁ ନେଇ ଗ୍ରାଉଣ୍ଡ ଜିରୋରେ ଜନତାଙ୍କ ମୁଡ୍ ପରଖିଛି କନକ ନ୍ୟୁଜ୍ । ପଦ୍ମପୁରର ନେତା ଓ ଜନତାଙ୍କୁ ନେଇ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ପଷ୍ଟ ବାରି ହୋଉଛି ଜନତାଙ୍କ ଅସନ୍ତୋଷ । ଚାଷୀମାନେ ମଣ୍ଡି ସମସ୍ୟା, ଜଳ ସେଚନ ସୁବିଧା ଏବଂ ଏମଏସପିକୁ ନେଇ ବର୍ଷିଥିବା ବେଳେ ପାନୀୟ ଜଳ, ନିଯୁକ୍ତି ଓ ରେଳ ସଂଯୋଗକୁ ନେଇ ନିଜର ମତାମତ ରଖିଛନ୍ତି ପଦ୍ମପୁରର ସାଧାରଣ ଭୋଟର୍ ।

ବଡ଼ ବଡ଼ ନେତା, ବଡ଼ ବଡ଼ ଚାଲି । ଜିନ୍ଦାବାଦ-ମୁର୍ଦାବାଦର ନାରା ଭିତରେ ସାଧାରଣ ଭୋଟର କ’ଣ ଚାହୁଁଛି ତାହା ହେଉଛି ବଡ଼ ପ୍ରଶ୍ନ । କାରଣ, ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅଧିକାଂଶ ଭୋଟର୍ କୃଷି ଉପରେ ନିର୍ଭରଶୀଳ । ତେଣୁ ଚାଷୀ ସମସ୍ୟାର ସମାଧାନ କରୁଥିବା ଦଳ ଓ ନେତାଙ୍କୁ ପ୍ରଥମିକତା ଦେଇପାରନ୍ତି ପଦ୍ମପୁର ଭୋଟର୍ ।

ହାର-ଜିତର ଏହି ପ୍ରତିଯୋଗିତା ଭିତରେ ଅନେକ ଭୋଟର, ଲୋକଙ୍କୁ ମୋହରା ବନାଯାଉଥିବା ଅଭିଯୋଗ କରିଥିବା ବେଳେ ନିର୍ବାଚନ ପାଇଁ ଟଙ୍କା ଉଡୁଛି ବୋଲି ଅଭିଯୋଗ କରିଛନ୍ତି ।ଏସବୁ ଭିତରେ ଦେଖିବାର କଥା କିଏ ବୁଝୁଛି ପଦ୍ମପୁରର ଦୁଃଖ? ଏବଂ କିଏ ମାରୁଛି ପଦ୍ମପୁର ବାଜି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe