କନକ ବ୍ୟୁରୋ: ଦିନକ ପରେ ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ମିଳିଛି ଜନାଦେଶ । ହେଲେ ଏହାପୂର୍ବରୁ ଅଙ୍କ କଷିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ସମସ୍ତେ ନିଜ ନିଜ ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ବିଜେଡି ସପକ୍ଷରେ ରହିଛି ଜନମତ। ଦୀପାଳି ଦାସଙ୍କୁ ଲୋକେ ଆଶୀର୍ବାଦ ଦେଇଛନ୍ତି, ସେ ହିଁ ବିଜୟୀ ହେବେ। ବିଜେପିର ଯୁକ୍ତି କିନ୍ତୁ ଅଲଗା, ଦଳର ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ବିଜେପିକୁ ମିଳିଛି ଅକୁଣ୍ଠ ସମର୍ଥନ। ଏଥର ଭୋଟ ପ୍ରତିଶତ ଅଧିକ ହୋଇଥିବାରୁ ସରକାରଙ୍କ ବିରୋଧରେ ଯାଇଛି ଜନମତ। ଏପଟେ କଂଗ୍ରେସ ପ୍ରାର୍ଥୀ ଜିତିବ ବୋଲି ଆଶା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ, ସେ କହିଛନ୍ତି ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହୋଇଛି । କଂଗ୍ରେସ ଭଲ ଟକ୍କର ଦେଇଛି, ତେଣୁ ଦଳୀୟ ପ୍ରାର୍ଥୀ ନିଶ୍ଚିତ ଜିତିବେ ।
ନଜର ପକାନ୍ତୁ ୨୦୧୯ ନିର୍ବାଚନରେ କିଏ ପାଇଥିଲେ କେତେ ଭୋଟ?
ବିଜେଡିର ନବକିଶୋର ଦାସ ୫୫.୯୭ ପ୍ରତିଶତ ଭୋଟ ପାଇଁ ବିଜେପି ପ୍ରାର୍ଥୀ ଦିନେଶ କୁମାର ଜୈନଙ୍କୁ ବିପୁଳ ଭୋଟରେ ପରାଜିତ କରିଥିଲେ । ବିଜେପିକୁ ୩୦ ପ୍ରତିଶତ ଓ କଂଗ୍ରେସକୁ ମାତ୍ର ୧୦.୬୮ ପ୍ରତିଶତ ଭୋଟ ମିଳିଥିଲା ।
ଝାରସୁଗୁଡ଼ା ନିର୍ବାଚନ (୨୦୧୯)
ପ୍ରାର୍ଥୀ ଦଳ ଭୋଟ୍ ଭୋଟ୍ ପ୍ରତିଶତ
ନବ କିଶୋର ଦାସ ବିଜେଡି ୯୮, ୬୨୦ ୫୫.୯୭%
ଦୀନେଶ କୁମାର ଜୈନ ବିଜେପି ୫୨,୯୨୧ ୩୦.୦୪%
ମହେନ୍ଦ୍ର ନାୟକ କଂଗ୍ରେସ ୧୮,୮୨୩ ୧୦.୬୮%
ଝାରସୁଗୁଡ଼ା ଉପନିର୍ବାଚନରେ ବାପାଙ୍କ ଗଡ଼କୁ ରକ୍ଷା କରିବାରେ ସମର୍ଥ ହେବେ କି ବିଜେଡି ପ୍ରାର୍ଥୀ ଦୀପାଳି ଦାସ?ବିଜେପିକୁ ବିଜୟର ସ୍ୱାଦ ଚଖାଇବାରେ ସଫଳ ହେବେ କି ଟଙ୍କଧର ତ୍ରିପାଠୀ? ପୁଣି ଥରେ ଝାରସୁଗୁଡ଼ାବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିବ କି କଂଗ୍ରେସ? ୧୩ ତାରିଖରେ ମିଳିଯିବ ଏହିସବୁ ପ୍ରଶ୍ନର ଉତର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/jdhdgd.jpg)