କିଏ ଜିତିବ ବଙ୍ଗଳା ବାଜି ? ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି

264

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି । ବିଶେଷ କରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ସଫଳତା ପରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ଭାରତୀୟ ଜନତା ପାର୍ଟି । ଅନ୍ୟ ପକ୍ଷରେ ୧୦ ବର୍ଷର ଶାସନକୁ ପୁଞ୍ଜି କରି ତୃତୀୟ ଥର ପାଇଁ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜାଣନ୍ତୁ ପଶ୍ଚିମବଙ୍ଗରେ ମୁହାଁମୁହିଁ ହେଉଥିବା ଟିଏମସି ଓ ବିଜେପିର ଶକ୍ତି ଓ ଦୁର୍ବଳତା ।

ଟିଏମସିର ଶକ୍ତି –

  • ସମଗ୍ର ରାଜ୍ୟରେ ମଜଭୂତ କ୍ୟାଡର
  • ଦୀର୍ଘ ୧୦ ବର୍ଷରେ ମମତାଙ୍କ ମଜଭୂତ ନେତୃତ୍ୱ
  • ମହିଳା ଓ ମୁସଲମାନଙ୍କ ଭୋଟ୍ ବେସ
  • ଜଣେ ସାଧାରଣ ମହିଳା ପରି ମମତାଙ୍କ ବେଶଭୂଷା

ବିଜେପିର ଶକ୍ତି-

  • ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା
  • ନିର୍ବାଟନରେ ମୋଦି ବନାମ ମମତା ଲଢେଇ
  • ଟିଏମସି ନେତା ଦଳ ଛାଡି ବିଜେପିରେ ଯୋଗଦେବା
  • କେନ୍ଦ୍ରରେ ମୋଦି ସରକାରଙ୍କ ମଜଭୂତ ନେତୃତ୍ୱ

ଟିଏମସିର ଦୁର୍ବଳତା-

  • ମମତା ବାନାର୍ଜୀଙ୍କ ଉପରେ ଅଧିକ ନିର୍ଭରଶୀଳତା
  • ୧୦ ବର୍ଷ ଶାସନ କାଳରେ ସରକାର ବିରୋଧୀ ହାୱା
  • ଦଳ ଛାଡି ଯାଉଥିବା ନେତା ଓ କର୍ମୀ
  • ଜାତି ଓ ସଂପ୍ରଦାୟକୁ ନେଇ ଟିଏମସିର ନୂଆ ରାଜନୈତିକ ଚାଲ

ବିଜେପିର ଦୁର୍ବଳତା-

  • ମୋଦିଙ୍କ ଉପରେ ଅଧିକ ନିର୍ଭରଶୀଳତା
  • ସାରା ରାଜ୍ୟରେ ବିଜେପିର ଦୁର୍ବଳ କ୍ୟାଡର
  • ରାଜ୍ୟ ପ୍ରସଙ୍ଗ ଛାଡି ଜାତୀୟ ପ୍ରସଙ୍ଗରେ ଭୋଟ୍ ମାଗିବା
  • ମମତାଙ୍କ ମୁକାବିଲାରେ ବିଜେପିର ରାଜ୍ୟ ଚେହେରାର ଅଭାବ