ଆଇପିଏଲରେ ଆଜି ରହିଛି ଦୁଇଟି ଦମଦାର ମୁକାବିଲା ! ଚେନ୍ନାଇ-ହାଇଦ୍ରାବାଦ, ମୁମ୍ବାଇ-ରାଜସ୍ଥାନ ମଧ୍ୟରେ ହେବ କଡା ଟକ୍କର ।

62

ଚଳିତ ଆଇପିଏଲର ଶେଷ ଆଡକୁ ସମସ୍ତ ଦଳ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ଚେବେ ଆଇପିଏଲରେ ଆଜି ଦେଖିବାକୁ ମିଳିବ ଦୁଇ ଦୁଇଟି ହାଇ ଭୋଲ୍ଟେଜ ମ୍ୟାଚ । ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମ, ପୁନେ ଠାରେ ଅପରାହ୍ନ ୪ଟାରେ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜିର ପ୍ରଥମ ମୁକାବିଲା ଅନୁଷ୍ଠିତ ହେବ । ସେହିପରି ରାତି ୮ଟା ସମୟରେ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ କର ବା ମର ମୁକାବିଲା ଦେଖିବାକୁ ମିଳିବ ।

ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିସାରିଥିବା ହାଇଦ୍ରାବାଦ ଜବରଦସ୍ତ ଫର୍ମରେ ଥିବା ବେଳେ ସେପଟେ ଆଜିର ମ୍ୟାଚ ଜିତି ଚେନ୍ନାଇ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ଚଳିତ ଆଇପିଏଲରେ ଏହି ଦୁଇ ଦଳ ସବୁଠାରୁ ଶକ୍ତିଶାଳୀ ହୋଇଥିବାରୁ ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ । ୧୧ଟି ମ୍ୟାଚରୁ ହାଇଦ୍ରାବାଦ ୯ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଚେନ୍ନାଇ ୭ଟି ମ୍ୟାଚ ଜିତି ଦ୍ୱିତୀୟ ସ୍ଥାନରେ ରହିଛି ।

ସେହିପରି ୱାଙ୍ଖଡେ ଷ୍ଟାଡିୟମରେ ଆଜି ଖେଳାଯିବ କର ବା ମର ମୁକାବିଲା । ପ୍ଲେ ଅଫ ଖେଳିବା ପାଇଁ ଆଜିର ମ୍ୟାଚ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ଗତ ମ୍ୟାଚ ଗୁଡିକରେ ଉଭୟ ଦଳ ଭଲ ପ୍ରଦର୍ଶନ କରୁଥିବାରୁ ଆଜିର ଲଢେଇ ବେଶ ରୋମାଞ୍ଚକର ରହିବ । ଉଭୟ ଦଳ ୧୧ଟି ମ୍ୟାଚରୁ ୫ଟି ବିଜୟ ଓ ୬ଟିରେ ପରାଜୟ ହୋଇଥିବା ବେଳେ ମୁମ୍ବାଇର ନେଟ ରନ ରେଟ୍ ଅଧିକ ଥିବାରୁ ପଏଣ୍ଟ ତାଲିକାରେ ମୁମ୍ବାଇ ରାଜସ୍ଥାନ ଠାରୁ ଉପରେ ରହିଛି ।