କନକ ବ୍ୟୁରୋ : ଖଣ୍ଡପଡାରେ ବିଗ୍ ଫାଇଟ । ଖଣ୍ଡପଡା ବ୍ଳକ୍ ଏବଂ ଭାପୁର ବ୍ଳକକୁ ନେଇ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଗଠିତ । ୧୯୫୧ରେ ଗଠନ ହୋଇଥିଲା ଏହି ନିର୍ବାଚନ ମଣ୍ଡଳୀ । କଟକ ଲୋକସଭା ଅଧୀନରେ ଆସୁଥିବା ଏହି ଆସନରେ ଚଳିତଥର ବଡ ଚେହେରା ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ଖଣ୍ଡପଡାବାସୀ ଏଥର କାହାକୁ ନିଜର ଜନ ପ୍ରତିନିଧି ବାଛିବେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି ।
୨୦୧୯ର ଲଢେଇ
ବିଜେଡି: ସୌମ୍ୟରଂଜନ ପଟ୍ଟନାୟକ
କଂଗ୍ରେସ: ବସନ୍ତ ମହାରଣା
ବିଜେପି: ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ
ବିଜେଡି: ସୌମ୍ୟରଂଜନ ପଟ୍ଟନାୟକ
- ପୂର୍ବତନ ସାଂସଦ (କଂଗ୍ରେସ)
- ରାଜ୍ୟସଭା ସାଂସଦ ( ବିଜେଡି )
- ଆମ ଓଡିଶା ଦଳ ପ୍ରତିଷ୍ଠାତା
- ୨୦୧୪ରେ ଖଣ୍ଡପଡାରୁ ପରାଜିତ (୬୦୧ ଭୋଟ୍)
କଂଗ୍ରେସ: ବସନ୍ତ ମହାରଣା
- ଚାକିରିରୁ ରାଜନୀତି
- ନୂଆ ମୁହଁ ଏବଂ ନୟାଗଡ କଂଟିଲୋ ବାସିନ୍ଦା
- ଦୀର୍ଘଦିନ ହେଲା କଂଗ୍ରେସ ସଂଗଠନରେ ଅଛନ୍ତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
ବିଜେପି: ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ
- ୨୦୦୯ରେ ବିଜେଡିରୁ ବିଧାୟକ
- ୨୦୧୪ରେ ଟିକେଟ୍ କଟିବା ପରେ ବିଜେପିରେ ସାମିଲ
- ପୂର୍ବତନ ବାଚସ୍ପତି ବିଭୂତି ଭୂଷଣ ମର୍ଦରାଜଙ୍କ ପୁଅ
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଖଣ୍ଡପଡା ବ୍ଳକ୍ ଏବଂ ଭାପୁର ବ୍ଳକକୁ ନେଇ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନ ମଣ୍ଡଳୀ
- କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ୩ଥର ବିଧାୟକ
- ହରିହର ସିଂ ମର୍ଦ୍ଦରାଜ ୪ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୩ ହଜାର ୪୨୪
- ମତ ଦେଇଥିଲେ – ୧ ଲକ୍ଷ ୩୧ ହଜାର ୯୪୦
- ଭୋଟଦାନ ହାର – ୮୦.୭୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅନୁଭବ ପଟ୍ଟନାୟକ ବିଜେଡି ୬୨,୨୫୭ ୪୭.୧୯% ବିଜୟୀ
ବିନୋଦିନୀ ମହାନ୍ତି କଂଗ୍ରେସ ୩,୮୯୫ ୨.୯୫% ପରାସ୍ତ
ଶିବପ୍ରସାଦ ଭଞ୍ଜ ବିଜେପି ୧,୮୭୭ ୧.୪୨% ପରାସ୍ତ
ସୌମ୍ୟ ରଞ୍ଜନ ପଟ୍ଟନାୟକ ଆମ ଓଡ଼ିଶା ୬୧,୬୫୬ ୪୬.୭୩% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଅନୁଭବ ପଟ୍ଟନାୟକ ନିର୍ବାଚନ ଜିତିଥିଲେ
- ୬୨ ହଜାର ୨୫୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ଆମ ଓଡ଼ିଶା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ
- ୬୦୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୬ ଜଣ ଅମାନତ୍ ହରାଇଥିଲେ