କନକ ବ୍ୟୁରୋ: ବୁଥ ବାହୁଡା ମତ ପରେ ଓଡିଶା ଲୋକସଭା ଆସନକୁ ନେଇ ଚର୍ଚ୍ଚା ହେଉଛି । କାରଣ ଏଠାରେ ବିଜେପି ଅଧିକ ସିଟ୍ ଜିତିବା ନେଇ ଆକଳନ କରାଯାଇଛି । ତେବେ କହିବାକୁ ଗଲେ ବିଜେପି ଓଡିଶାରୁ ଅଧିକ ଫାଇଦା ପାଇବା ନେଇ ଚର୍ଚ୍ଚା ହେଉଛି ।

ଓଡିଶାରେ ବି ବିଜେପି ଅଧିକ ଲୋକସଭା ସିଟ ପାଇବା ନେଇ ଆକଳନ କରାଯାଉଛି । ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ । ଇଣ୍ଡିଆ ନ୍ୟୁଜର ଆକଳନ ଅନୁସାରେ ବିଜେପିକୁ ୧୩ ସିଟ ମିଳିପାରେ, ସେହିପରି ବିଜେଡିକୁ ୮ ଓ କଂଗ୍ରେସ ଗୋଟିଏ ବି ସିଟ ଜିତି ନପାରେ ବୋଲି ଆକଳନ କରାଯାଇଛି ।

ସେହିପରି ଓଡିଶା ଲୋକସଭା ଆସନକୁ ନେଇ ଜନ କୀ ବାତର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିବା ଆକଳନ । ବିଜେଡିକୁ ୩ରୁ ୭ ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ମିଳିନପାରେ କୌଣସି ଆସନ । ନ୍ୟୁଜ-୨୪ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୬ଟି ଲୋକସଭା ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ଟି ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ୧ଟି ଆସନ ମିଳିବା ସମ୍ଭାବନା ।

ଏନଡିଟିଭିର ଆକଳନ ଅନୁସାରେ ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିବା ନେଇ ଆକଳନ । ସେହିପରି ବିଜେଡିକୁ ୩ରୁ ୮ ମିଳିବା ସମ୍ଭାବନା, କଂଗ୍ରେସକୁ ମିଳିନପାରେ କୌଣସି ବି ଆସନ । ଟାଇମ୍ସ ନାଓ ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୩ ଲୋକସଭା ଆସନ ମିଳିବା ସମ୍ଭାବନା । ସେହିପରି ବିଜେଡିକୁ ୮ ଓ କଂଗ୍ରେସକୁ କୌଣସି ଆସନ ମିଳିନପାରେ ବୋଲି କୁହାଯାଉଛି । ରିପବ୍ଲିକ ପୂର୍ବାନୁମାନ ଅନୁସାରେ ବିଜେପିକୁ ୯ରୁ ୧୨, ବିଜେଡିକୁ ୭ରୁ ୧୦, କଂଗ୍ରେସକୁ ୦-୧ ଆସନ ମିଳିପାରେ ।