କଟକ-ବାରବାଟୀରେ ବଳ କଷାକଷି । କାହାକୁ ବାଛିବେ ଭୋଟର, ମୈଦାନରେ ୩ ଦଳର ପୁରୁଣା ସିପାହୀ ।

85

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନେତା ବାଛୁଛନ୍ତି ଜନତା । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି । କଟକ-ବାରବାଟୀ ଆସନରେ ମଧ୍ୟ ନେତା ବାଛିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କଟକର ୨୫ଟି ୱାର୍ଡକୁ ନେଇ ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଗଠିତ । ୧୯୫୧ରେ ଏହି ବିଧାନସଭା ଆସନ ଗଠନ ହୋଇଥିଲା ବେଳେ ଏହା କଟକ ଲୋକସଭା ଅଧିନରେ ଆସୁଛି ।

୨୦୧୯ର ଲଢେଇ
ବିଜେଡି: ଦେବାଶିଷ ସାମନ୍ତରାୟ
କଂଗ୍ରେସ: ମହମ୍ମଦ ମୋକିମ
ବିଜେପି: ସମୀର ଦେ

ବିଜେଡି: ଦେବାଶିଷ ସାମନ୍ତରାୟ
– ୩ଥର ବିଧାୟକ( ଥରେ ତିର୍ତୋଲ, ୨ଥର ବାରବାଟୀ କଟକ)
– କଟକ ଜିଲ୍ଲା ସଭାପତି
– କଟକରେ ଦବଦବା ରହିଛି

କଂଗ୍ରେସ: ମହମ୍ମଦ ମୋକିମ
– ୨୦୧୪ରେ ପରାଜିତ
– କଟକ ନଗର କଂଗ୍ରେସ ସଭାପତି
– ଇଞ୍ଜିନିୟରରୁ ରାଜନୀତି
– ସଂଗଠନ ମଜବୁତ୍ ରହିଛି

ବିଜେପି : ସମୀର ଦେ
– ୩ଥର ବିଧାୟକ
– ୨୦୦୯ରେ ପରାଜିତ
– ୨୦୧୪ରେ କଟକ ଲୋକସଭା ପ୍ରାର୍ଥୀ ହୋଇ ପରାଜିତ

ନିର୍ବାଚନ ମଣ୍ଡଳୀ ତଥ୍ୟ
– କଟକର ୨୫ଟି ୱାର୍ଡକୁ ନେଇ ବାରବାଟୀ-କଟକ ନିର୍ବାଚନମଣ୍ଡଳୀ
– ୧୯୫୧ରେ ଗଠନ ହୋଇଥିଲା
– କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ବିଜେପିର ସମୀର ଦେ ୩ଥର ବିଧାୟକ
– କଂଗ୍ରେସରୁ ବିରେନ୍ ମିତ୍ର ୪ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୦ ହଜାର ୨୨୬
– ମତ ଦେଇଥିଲେ – ୧ ଲକ୍ଷ ୨୫ ହଜାର ୮୨୪
– ଭୋଟଦାନ ହାର – ୫୯.୮୫%

୨୦୧୪ର ଫଳାଫଳ
ପ୍ରାର୍ଥୀ                                  ଦଳ                 ଭୋଟ                   ପ୍ରତିଶତ              ଫଳାଫଳ
ଦେବାଶିଷ ସାମନ୍ତରାୟ           ବିଜେଡି           ୫୭,୬୩୩              ୪୫.୮୦%            ବିଜୟୀ
ମହମ୍ମଦ ମୋକ୍କିମ୍                  କଂଗ୍ରେସ         ୪୩,୩୩୫             ୩୪.୪୪%           ପରାସ୍ତ
ପ୍ରଦୀପ ସ୍ୱାଇଁ                        ବିଜେପି          ୨୦,୫୫୨                 ୧୬.୩୩%           ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଦେବାଶିଷ ସାମନ୍ତରାୟ ନିର୍ବାଚନ ଜିତିଥିଲେ
– ୫୭ ହଜାର ୬୩୩ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକ୍କିମ୍ଙ୍କୁ ପରାସ୍ତ କରିଥିଲେ
– ୧୪ ହଜାର ୨୯୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ