କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନେତା ବାଛୁଛନ୍ତି ଜନତା । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି । କଟକ-ବାରବାଟୀ ଆସନରେ ମଧ୍ୟ ନେତା ବାଛିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କଟକର ୨୫ଟି ୱାର୍ଡକୁ ନେଇ ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଗଠିତ । ୧୯୫୧ରେ ଏହି ବିଧାନସଭା ଆସନ ଗଠନ ହୋଇଥିଲା ବେଳେ ଏହା କଟକ ଲୋକସଭା ଅଧିନରେ ଆସୁଛି ।
୨୦୧୯ର ଲଢେଇ
ବିଜେଡି: ଦେବାଶିଷ ସାମନ୍ତରାୟ
କଂଗ୍ରେସ: ମହମ୍ମଦ ମୋକିମ
ବିଜେପି: ସମୀର ଦେ
ବିଜେଡି: ଦେବାଶିଷ ସାମନ୍ତରାୟ
- ୩ଥର ବିଧାୟକ( ଥରେ ତିର୍ତୋଲ, ୨ଥର ବାରବାଟୀ କଟକ)
- କଟକ ଜିଲ୍ଲା ସଭାପତି
- କଟକରେ ଦବଦବା ରହିଛି
କଂଗ୍ରେସ: ମହମ୍ମଦ ମୋକିମ
- ୨୦୧୪ରେ ପରାଜିତ
- କଟକ ନଗର କଂଗ୍ରେସ ସଭାପତି
- ଇଞ୍ଜିନିୟରରୁ ରାଜନୀତି
- ସଂଗଠନ ମଜବୁତ୍ ରହିଛି
ବିଜେପି : ସମୀର ଦେ
- ୩ଥର ବିଧାୟକ
- ୨୦୦୯ରେ ପରାଜିତ
- ୨୦୧୪ରେ କଟକ ଲୋକସଭା ପ୍ରାର୍ଥୀ ହୋଇ ପରାଜିତ
ନିର୍ବାଚନ ମଣ୍ଡଳୀ ତଥ୍ୟ
- କଟକର ୨୫ଟି ୱାର୍ଡକୁ ନେଇ ବାରବାଟୀ-କଟକ ନିର୍ବାଚନମଣ୍ଡଳୀ
- ୧୯୫୧ରେ ଗଠନ ହୋଇଥିଲା
- କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେପିର ସମୀର ଦେ ୩ଥର ବିଧାୟକ
- କଂଗ୍ରେସରୁ ବିରେନ୍ ମିତ୍ର ୪ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୦ ହଜାର ୨୨୬
- ମତ ଦେଇଥିଲେ – ୧ ଲକ୍ଷ ୨୫ ହଜାର ୮୨୪
- ଭୋଟଦାନ ହାର – ୫୯.୮୫%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦେବାଶିଷ ସାମନ୍ତରାୟ ବିଜେଡି ୫୭,୬୩୩ ୪୫.୮୦% ବିଜୟୀ
ମହମ୍ମଦ ମୋକ୍କିମ୍ କଂଗ୍ରେସ ୪୩,୩୩୫ ୩୪.୪୪% ପରାସ୍ତ
ପ୍ରଦୀପ ସ୍ୱାଇଁ ବିଜେପି ୨୦,୫୫୨ ୧୬.୩୩% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଦେବାଶିଷ ସାମନ୍ତରାୟ ନିର୍ବାଚନ ଜିତିଥିଲେ
- ୫୭ ହଜାର ୬୩୩ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକ୍କିମ୍ଙ୍କୁ ପରାସ୍ତ କରିଥିଲେ
- ୧୪ ହଜାର ୨୯୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ