ଓଡ଼ିଶା ମୁଖ୍ୟମନ୍ତ୍ରୀ ନେଇ ବିଜେପି ପକ୍ଷରୁ ଚାଲିଛି କସରତ । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଲେ, ବିଧାୟକ ଦଳ ବୈଠକରେ ହିଁ ଚୂଡାନ୍ତ ହେବ ନିଷ୍ପତ୍ତି ।

308

କନକ ବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଅନେକ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଥିବା କୁହାଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପାଇଁ ଗିରୀଶ ମୁର୍ମୁଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏସବୁ ଭିତରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବଡ ବୟାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ରେସରେ ଗିରୀଶ ମୁର୍ମୁଙ୍କ ନାଁ ଚର୍ଚ୍ଚାକୁ ନେଇ ବିଜୟ ପାଲ ସିଂ ତୋମାର କହିଛନ୍ତି, ମୋ ଜାଣିବାରେ ସେଭଳି କିଛି ନାହିଁ, ବିଧାୟକ ଦଳ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ । ଏଥିରେ କୌଣସି ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ଚୟନ ପାଇଁ ୨ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମାର ।

ଆସନ୍ତା ୧୨ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରୁ ଏଯାଏଁ ପରଦା ହଟିନି । ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ଏହାସହ ଶପଥଗ୍ରହଣ ଉତ୍ସବ ପୂର୍ବରୁ ଏକ ରୋଡ ସୋ’ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ।