କନକ ବ୍ୟରୋ: ପାକିସ୍ତାନରେ ଇମରାନ ଖାନଙ୍କ ସରକାର ଉପରେ ସଙ୍କଟ ପଡିଛି । କ୍ରିକେଟରୁ ରାଜନେତା ବନିଥିବା ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ମାନେ ଏକଜୁଟ ହୋଇ ତାଙ୍କୁ କ୍ଷମାତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଯାହାକି ଖୁବ ଶୀଘ୍ର ସଫଳ ହେବାକୁ ଯାଉଛି । ଯଦି ଇମ୍ରାନ୍ ଖାନ୍ ଗାଦୀଚ୍ୟୁତ ହୁଅନ୍ତି ତେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ବୋଲି ପ୍ରଶ୍ନ ଉଠୁଛି ।
ଇମ୍ରାନ ଖାନ୍ ହଟିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ କିଏ ହେବେ । ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜରଦାରୀ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୟଙ୍କ ନାଁ ଘୋଷଣା କରିଛନ୍ତି । ବିରୋଧୀ ପାର୍ଟିର ନେତା ବିଲାୱଲ ଭୁଟ୍ଟୋ ଜରଦାରୀ ବୁଧବାର କହିଛନ୍ତି ଯେ, ‘ଇମ୍ରାନ ଖାନ୍ ରାଷ୍ଟ୍ରୀୟ ସଭାରେ ବହୁମତ ହରାଇଛନ୍ତି । ଏହାପରେ ବିରୋଧୀ ଦଳର ନେତା ଶାହାବାଜ ସରିଫ୍ ଖୁବଶିଘ୍ର ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ’ । ଏପରି ଘୋଷଣା କରିଛନ୍ତି ବିଲାୱଲ ଭଟ୍ଟ ।
ଶାହାବାଜ ଖାନ୍ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ଭାଇ । ସେ ପାକିସ୍ତାନର ଜଣେ ବରିଷ୍ଠ ନେତା । ବର୍ତ୍ତମାନ ସେ ପାକିସ୍ତାନୀ ମୁସ୍ଲିମ୍ ଲିଗ୍ ଏନର ସଭାପତି ଭାବେ କାର୍ଯ୍ୟରତ । କହିରଖୁଁ ସେ ପାକିସ୍ତାନ ଅଧିକୃତ ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ୩ ଥର ନିର୍ବାଚିତ ହୋଇସାରିଛନ୍ତି । ସେ ହେଉଛନ୍ତି ପାକିସ୍ତାନର କୌଣସି ଦୀର୍ଘସ୍ଥାୟୀ ନେତା ଭାବେ ଆଗ ଧାଡିର ଜଣେ ନେତା ।