କନକ ବ୍ୟୁରୋ : ଭାରତରେ କାହିଁକି ହୁ ହୁ ହୋଇ ବଢିଗଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୂତାଣୁର ବେଗ ବଢିବା ପାଇଁ କିଏ ଦାୟୀ । କେଉଁ ପରିସ୍ଥିତିରେ ଦେଶରେ କରୋନା କାୟା ମେଲିଲା । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ ରାଜନୈତିକ ଘଟଣାବଳିକୁ ଦାୟୀ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି, କେତେକ ଧାର୍ମିକ ଓ ରାଜନୈତିକ ସମାବେଶରେ ସାମାଜିକ ଦୂରତା ରହିଲା ନାହିଁ । ଲୋକେ ରୁଣ୍ଡ ହେଲେ । ସାଧାରଣ ଲୋକ ଓ ପ୍ରଶାସନର ବେଖାତିର ମନୋଭାବ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଲା ବୋଲି ହୁ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/1585367442_yC03Ww_Self_care_during_Corona.jpg)