କନକ ବ୍ୟୁରୋ: ରବିବାର ଭାରତ ସହ କିଏ ଖେଳିବ ଫାଇନାଲ୍ । ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା । କୋଲକାତାରେ ଇଡେନ୍ ଗାର୍ଡେନରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲଉଡ୍ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର । ୧୪ ଓଭରରେ ଦଳ ୪ ୱିକେଟ୍ ହରାଇ ୪୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ତେବେ ଅଧ ଘଂଟା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଛି । ଚଳିତ ବିଶ୍ୱକପ୍ରେ ଚମକ୍ରାର ପ୍ରଦର୍ଶନ କରୁଥିବା କ୍ୱିଂଟନ୍ ଡି’କକ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ସେହିପରି ଅଧିନାୟକ ତେମ୍ବା ବାଭୁମା ଖାତା ଖୋଲିପାରିନାହାନ୍ତି । ରାସି ଭାନ୍ ଡର୍ ଡୁସେନ୍ ଓ ଏଡେନ୍ ମାର୍କ୍ରମ ମଧ୍ୟ ନିରାଶ କରିଛନ୍ତି । ବର୍ଷା ଯୋଗୁଁ ମ୍ୟାଚ୍ କିଛି ସମୟ ବନ୍ଦ ହୋଇଥିଲା । ତେବେ ଆଗକୁ ଯଦି ବଡ଼ ଧରଣର ବର୍ଷା ହୁଏ, ତାହେଲେ ଆସନ୍ତାକାଲି ବା ରିଜର୍ଭ ଡେ’ରେ ମ୍ୟାଚ୍ ଯେଉଁଠୁ ବନ୍ଦ ରହିଛି ସେହିଠାରୁ ଆରମ୍ଭ ହେବ । ଯଦି ଆସନ୍ତାକାଲି ମଧ୍ୟ ବର୍ଷା ପୂରା ମ୍ୟାଚକୁ ଧୋଇ ଦିଏ, ତାହେଲେ ପଏଂଟ ଟେବୁଲ ଆଧାରରେ ଫାଇନାଲରେ ପହଂଚିବ ଦକ୍ଷିଣ ଆଫ୍ରିକା ।

Advertisment

ଭାରତ ସହ କିଏ ଖେଳିବ ଫାଇନାଲ୍?
ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା?
ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ
ଘାଇଲା କଲେଣି କଙ୍ଗାରୁ ବୋଲର
ଦକ୍ଷିଣ ଆଫ୍ରିକା, କ୍ରିକେଟ୍ରେ ନାଁ ହିଁ କାଫି । ୱାର୍ଲ୍ଡ କ୍ଲାସ ବ୍ୟାଟିଂ, ୱାର୍ଲ୍ଡ କ୍ଲାସ ବୋଲିଂ ଓ ୱାର୍ଲ୍ଡ କ୍ଲାସ ଫିଲ୍ଡିଂ । ସବୁଥିରେ ପରିପୂର୍ଣ୍ଣ । ପ୍ରତିପକ୍ଷ ଟିମ୍କୁ ଘାଇଲା କରିବାରେ ସିଦ୍ଧହସ୍ତ । କିନ୍ତୁ ଭାଗ୍ୟ ଏମାନଙ୍କୁ କେବେ ସାଥ୍ ଦେଇନି । ୧୨ ପୁରି ୧୩ତମ ବିଶ୍ୱକପ୍ ଚାଲିଛି । ହେଲେ ଗୋଟିଏ ବି ଟାଇଟଲ୍ ହାତେଇବାରେ ସଫଳ ହୋଇନାହିଁ । ଏପରିକି ଦଳ ଉଚ୍ଚକୋଟୀର ପ୍ରଦର୍ଶନ କରି ୫ଥର ସେମିଫାଇନାଲ୍ରେ ପହଂଚିଛି । ହେଲେ ସେମିଫାଇନାଲରେ ଯେମିତି ଦଳକୁ ଭାଗ୍ୟ ଧୋକା ଦେଇଥାଏ । ତେଣିକି ତାହା ୧୯୯୯ ବିଶ୍ୱକପ୍ ହେଉ କି ୨୦୧୫ ବିଶ୍ୱକପ୍ ସେମିଫାଇନାଲ୍ ହେଉ । ଉଭୟ ସଂସ୍କରଣରେ ଦକ୍ଷିଣ ଆଫ୍ରିକାର ଫାଇନାଲ୍ ଯିବା ଏକପ୍ରକାର ନିଶ୍ଚିତ ଥିଲା, କିନ୍ତୁ ହଠାତ୍ ଶେଷ ମୁହୂର୍ତରେ ଚୋକର୍ସ ସାବ୍ୟସ୍ତ ହୋଇଥାଏ ଟିମ୍ ।

ଚୋକର୍ସ ଟ୍ୟାଗ ହଟାଇବ କି ଦକ୍ଷିଣ ଆଫ୍ରିକା?
ବିଶ୍ୱକପ୍ର ୧୩ଟି ସଂସ୍କରଣରୁ ୯ଥର ଖେଳିଛି ଦକ୍ଷିଣ ଆଫ୍ରିକା
୧୯୯୨ରେ ପ୍ରଥମଥର ବିଶ୍ୱକପ୍ ଖେଳିଥିଲା ଟିମ୍
୧୯୯୨, ୧୯୯୯, ୨୦୦୭, ୨୦୧୫ ଓ ୨୦୨୩ ସେମିକୁ ଯାଇଛି ଦଳ
୨୦୧୫ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା ସେମିଫାଇନାଲ୍
୨୦୦୭ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ସେମିଫାଇନାଲ
୧୯୯୯ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ସେମିଫାଇନାଲ
୧୯୯୨ରେ ଇଂଲଣ୍ଡ ନିକଟରୁ ହାରିଥିଲା ସେମିଫାଇନାଲ

୨୦୦୩ ବିଶ୍ୱକପ୍ ଫାଇନାଲ୍ର ହେବ କି ପୁନରାବୃତି । ୨୦୨୩ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ କି ଭାରତ-ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପ୍ରେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପହଂଚିସାରିଛି । ତେବେ ଦ୍ୱିତୀୟ ଦଳ ଭାବେ ଅଷ୍ଟ୍ରେଲିଆର ପଲା ଭାରୀ ରହିଛି । କାରଣ ବଡ଼ ମ୍ୟାଚ୍ର ଚାପକୁ କେମିତି ହ୍ୟାଣ୍ଡେଲ କରିବାକୁ ହୁଏ, ତାହା ଅଷ୍ଟ୍ରେଲିଆକୁ ଭଲ ଭାବେ ଜଣା । ଚଳିତ ବିଶ୍ୱକପ୍ର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିଲା ଦଳ । ଏହା ପରେ ଦଳ ଯେଉଁଭଳି କମବ୍ୟାକ୍ କରିଛି, ତାହା ବେଶ୍ ପ୍ରଶଂସାଯୋଗ୍ୟ । ଦଳ ଏପର୍ଯ୍ୟନ୍ତ ଲଗାତର ୭ଟି ମ୍ୟାଚ୍ ଜିତି ଅପରାଜେୟ ରହିଛି । ଆଉ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟମଥର ଫାଇନାଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି । ଯଦି କଙ୍ଗାରୁ ଟିମ୍ ଫାଇନାଲ୍କୁ ଯାଏ, ତାହେଲେ ୨୦୦୩ର ପୁନରାବୃତି ହେବ ।
ଫାଇନାଲ: ମୁହାଁମୁହି ହେବେ କି ଭାରତ-ଅଷ୍ଟ୍ରେଲିଆ?
୦୩ ପରେ ୨୩ରେ ହେବେ କି ଆମ୍ନା ସାମ୍ନା?
ଭାରତ
ଚାରିଥର ଫାଇନାଲ୍କୁ ଯାଇଛି ଭାରତ
ଦୁଇଥର ଜିତିଛି ବିଶ୍ୱକପ୍ ଟାଇଟଲ
୧୯୮୩ ଓ ୨୦୧୧ରେ ବିଶ୍ୱକପ୍ ଜିତିଥିଲା
୨୦୦୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିଥିଲା
ବିରାଟ, ରୋହିତ ଭଳି ଷ୍ଟାର କ୍ରିକେଟର୍ ରହିଛନ୍ତି ଟିମ୍ରେ
ନିଜ ମାଟିରେ ଅଷ୍ଟ୍ରେଲିଆକୁ ଚକ୍ମା ଦେବାରେ ସିଦ୍ଧହସ୍ତ ଭାରତ
ଅଷ୍ଟ୍ରେଲିଆ
୫ଥର ଜିତିଛି, ୭ଥର ଫାଇନାଲ୍କୁ ଯାଇଛି ଅଷ୍ଟ୍ରେଲିଆ
୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ
୧୯୯୯ରୁ ୨୦୦୭ ଯାଏଁ ହ୍ୟାଟ୍ରିକ୍ ଟାଇଟଲ୍ ଜିତିଛି କଙ୍ଗାରୁ ଦଳ
ବଡ଼ ମ୍ୟାଚ୍ରେ ମାଇଣ୍ଡ ଗେମ୍ ଖେଳେ ଅଷ୍ଟ୍ରେଲିଆ
ପ୍ରତିପକ୍ଷକୁ ମାତ୍ ଦେବାରେ ମାହିର ଅଷ୍ଟ୍ରେଲିଆ